www.samajalive.in
Saturday, December 13, 2025
27.1 C
Bhubaneswar

ବଡ଼ମ୍ବାରେ ୧୩ ପଜିଟିଭ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଶତାଧିକ

ବଡ଼ମ୍ବା: ଏବେ ସମଗ୍ର ବଡ଼ମ୍ବାରେ କରୋନା କାୟା ବିସ୍ତାର କରିଥିବା ବେଳେ କରୋନା ପ୍ରଭାବିତ ବଡ଼ମ୍ବା ଥାନା ସଂସ୍ପର୍ଶରେ ଆସିଥିବା ଆଜି ଆଉ ୭ଜଣ କୋଭିଡ୍‍ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀଙ୍କ ୩ବର୍ଷର ଶିଶୁପୁତ୍ର, ଜଣେ ସାମ୍ବାଦିକ, ଜଣେ ଟାକ୍ସି ଡ୍ରାଇଭର ଏବଂ ଥାନା କମ୍ପ୍ୟୁଟର ଅପରେଟର (ଘରୋଇ)ଙ୍କ ସମେତ ୩ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି।

ଘଟଣାଚକ୍ରରେ ସ୍ଥାନୀୟ ଥାନା ଅଧିକାରୀ, ଜଣେ ବ୍ୟାଙ୍କ ଅଧିକାରୀ, ପୁଲିସ ଏସଡିପିଓ ଓ ତାଙ୍କ ଡ୍ରାଇଭରଙ୍କୁ ମିଶାଇ ଏହା ସଂସ୍ପର୍ଶରେ ଆସିଥିବା ଏଯାବତ୍‍ ୧୩ ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତି ବଡ଼ମ୍ବା ତଥା ବଡ଼ମ୍ବା ବାହାରେ (କଟକ, ଆଠଗଡ଼, ଢେଙ୍କାନାଳ) ସଂକ୍ରମିତ ଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାପରେ ବଡ଼ମ୍ବା ସହରକୁ ଯଦିଓ ୭୨ ଘଣ୍ଟିଆ ଆବଦ୍ଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ) ଘୋଷଣା କରାଯାଇଛି ତେବେ ପରିସ୍ଥିତି ଦୃଷ୍ଟିରୁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ଅଧିକ କିଛି ବଳିଷ୍ଠ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

- Advertisement -

ଅନୁସଂଧାନରୁ ଜଣାଯାଇଛି ଯେ ଥାନାରେ ସଂକ୍ରମିତ ହୋଇଥିବା ପୁଲିସ କର୍ମଚାରୀମାନେ ସ୍ଥାନୀୟ ଡାକ୍ତରଖାନାରେ ପ୍ରଥମେ ଅସୁସ୍ଥଥାଇ ଚିକିତ୍ସିତ ହୋଇଥିଲେ। ଏକାଧିକ ଡାକ୍ତର, ଚିକିତ୍ସା କର୍ମଚାରୀ, ଘରୋଇ ପାଥୋ ଲ୍ୟାବ ଟେକନିସିଆନ,ଔଷଧ ଦୋକାନୀଙ୍କ ସମେତ ସେଲୁନ, ଜଳଖିଆ ଓ ଚା ଦୋକାନି ସେମାନଙ୍କ ସଂସ୍ପର୍ଷରେ ଆସିଥିବା କଣ୍ଟାକ୍ଟ ଟ୍ରାସିଂରୁ ଜଣାପଡ଼ିଛି। ହେଲେ ବିଡ଼ମ୍ବନା ଘଟଣା ପରଠାରୁ ଆଜି ସୁଦ୍ଧା ଡାକ୍ତରଖାନା ପରିସର ଅଗ୍ନିଶମ ବିଭାଗ ସାହାଯ୍ୟରେ ବିଶୋଧନ ହୋଇନାହିଁ କି ୭୨ଘଣ୍ଟିଆ ଆବଦ୍ଧ ଅଞ୍ଚଳ ଥିବା ବଡ଼ମ୍ବାର ସମ୍ବେଦନଶୀଳ ଅଞ୍ଚଳ ହେଉ କି ସାହିବସ୍ତିରେ ମଧ୍ୟ ଏହି ପଦକ୍ଷେପ ନିଆଯାଇନାହିଁ। ମୋଟାମୋଟି ଦେଖିବାକୁ ଗଲେ ପରିସ୍ଥିତି ଏବେ ଅଣାୟତ ଥିବା ଚର୍ଚ୍ଚା ହେଉଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories