୨୧ତମ ଭଟ୍ଟାରିକା ମହୋତ୍ସବ: ଉତ୍କଳ କଳା,ସଂସ୍କତି ଓ ଭାଇଚାରାର ନିଦର୍ଶନ ପାରମ୍ପରିକ ଶାରଦୀୟ ପୂଜା

ବଡ଼ମ୍ବା: ଆନନ୍ଦମୟ ଦେବୀଙ୍କ ଦଶହରା ପର୍ବରେ ସମଗ୍ର ଦେଶ ଉତ୍ସବମୁଖର। ଏହି ପାରମ୍ପରିକ ଶାରଦୀୟ ପୂଜାରେ ଉତ୍କଳର କଳା,ସଂସ୍କୃତି ଏବଂ ବିଶେଷକରି ସାମାଜିକ ଚଳଣିରେ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥାଏ। ୨୧ତମ ଭଟ୍ଟାରିକା ମହୋତ୍ସବ ଓ ପୀଠରେ ମହାଷ୍ଟମୀର ବାର୍ଷିକୋତ୍ସବରେ ଯୋଗଦେବା ଅବସରରେ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ରବିବାର ମହାମାୟା ମା ଭଟ୍ଟାରିକାଙ୍କ ପୀଠରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ନିକଟସ୍ଥ ମହୋତ୍ସବ ମଞ୍ଚରେ ୨୧ତମ ଭଟ୍ଟାରିକା ମହୋତ୍ସବର ସାଂସ୍କୃତିକ ସଂଧ୍ୟା ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ମୁଖ୍ୟ ପୁରୋଧା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଏହି ସାଂସ୍କୃତିକ ସଂଧ୍ୟାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ ମୁଖ୍ୟଅତିଥି ଏବଂ ଜିଲାପାଳଙ୍କ ପତ୍ନୀ ତଥା ଭାରତୀୟ ପ୍ରଶାସନିକ ସେବା ପ୍ରଶିକ୍ଷଣ କେନ୍ଦ୍ର, ଓଡ଼ିଶାର ନିର୍ଦେଶିକା ଡ.ଲିନୁ ଚୟିନୀ ବିଶିଷ୍ଟଅତିଥି ଭାବେ ଯୋଗଦେଇଥିଲେ। ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର,ଆଠଗଡ଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ, ତହସିଲଦାର ତପନକୁମାର ପରିଡ଼ା, ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସାହୁ, ଜୟଶ୍ରୀ ବରାଳ, ନରସିଂହପୁରର ଜିଲା ପରିଷଦ ଅଜୟ କୁମାର ପଣ୍ଡା ପ୍ରମୁଖ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭଟ୍ଟାରିକା ଆଞ୍ଚଳିକ ଉନ୍ନୟନ ପରିଷଦ, ଜିଲା ପ୍ରଶାସନ ଏବଂ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭଟ୍ଟାରିକା ଗ୍ରାମପଞ୍ଚାୟତ ସରପଞ୍ଚ ଶତୃଜିତ ପୁହାଣ,ସମିତିସଭ୍ୟାଙ୍କ ପ୍ରତିନିଧି ସତ୍ୟବାନ ରଣା,କରଡ଼ିବନ୍ଧ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ମହାନ୍ତି, ସମିତିସଭ୍ୟଙ୍କ ପ୍ରତିନିଧି ସୁଧୀର ବେଜ, ଆଞ୍ଚଳିକ ଉନ୍ନୟନ ପରିଷଦ ସଭାପତି ଭ୍ରମରବର ନାୟକ, ସମ୍ପାଦକ ସନାତନ ବେହେରା, ଉପଦେଷ୍ଟା ଗୋଲକ ସାହୁ, କାର୍ତ୍ତକ ଚନ୍ଦ୍ର ପୁହାଣ ପ୍ରମୁଖ ଉପସ୍ଥିତ ପୂର୍ବକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଆଇନଜୀବୀ ସନ୍ତୋଷକୁମାର ପଟ୍ଟନାୟକ, ବାନ୍ଧଶିଳ୍ପୀ ହେମନ୍ତକୁମାର ସିଂହ, ବନଖଣ୍ଡ ପ୍ରଶାସନିକ ଅଧିକାରୀ ମାନଗୋବିନ୍ଦ ଦଳେଇ, ପାଲାଗାୟକ ଚନ୍ଦ୍ରଶେଖର ବେହେରାଙ୍କୁ ପ୍ରତିଭା ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କଳାକାରଙ୍କ ଦ୍ୱାରା ଚିତାକର୍ଷକ ଓଡ଼ିଶୀ, ଗୋଟିପୁଅ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଭଜନ ସଂଧ୍ୟା ପରିବେଷିତ ହୋଇଥିଲା। ଉତ୍ସବର ତାଳେତାଳେ ଆତସବାଜି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ମଞ୍ଚନାଟକ ପରିବେଷିତ ହୋଇଥିଲା। ମଧ୍ୟରାତ୍ରକୁ ମା’ଙ୍କ ପୀଠରେ ପାରମ୍ପରିକ ଉଭା ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଶ୍ରଦ୍ଧାଳୁମାନେ ମା ଭଟ୍ଟାରିକାଙ୍କ ସୁନାବେଶ ଦର୍ଶନ କରିଥିଲେ।

kalyan agarbati

Comments are closed.