www.samajalive.in
Sunday, December 14, 2025
14.1 C
Bhubaneswar

ସାନ ଗୋପାଳପୁର ଛକରେ ବିପଦସଂକୁଳ ଯାତ୍ରୀ ବିଶ୍ରାମ ଗୃହ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସାନ ଗୋପାଳପୁର ଛକରେଥିବା ଯାତ୍ରୀ ବିଶ୍ରାମଗାରଟି ବିପଦସଂକୁଳ ଅବସ୍ଥାରେ ରହିଛି । ଯାହା ଦ୍ବାରା ଲୋକଙ୍କ ପାଇଁ ବିପଦ ଆଶଙ୍କା ରହିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେହ ଏହି ବିଶ୍ରାମଗାର ଦେଇ ସ୍ଥାନୀୟ ଅଂଚଳର ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ବେଳେ ଯାତ୍ରୀବାହୀ ଯାନବାହାନକୁ ସେଠାରେ ଅପେକ୍ଷା କରିଥାନ୍ତି। ହେଲେ ଉକ୍ତ ବିଶ୍ରାମଗାରଟିର ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଲକ୍ଷ କରାଯାଉଛି। ଫଳରେ ଏହା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଅନ୍ୟପଟେ ସେହି ସ୍ଥାନରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ମଧ୍ୟ ବେଳେ ବେଳେ ବିଶ୍ରାମ ନେଇଥାନ୍ତି । ସେହି ବିପଦ ସଂକୁଳ ଯାତ୍ରୀ ବିଶ୍ରାମଗାରର ପୁନଃରୁଦ୍ଧାର ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories