www.samajalive.in
Saturday, December 6, 2025
15.1 C
Bhubaneswar

ନୂଆବର୍ଷ ପାଇଁ ବଚ୍ଚନ ପରିବାରର ନିଆରା ସେଲିବ୍ରେସନ୍‍, ଏକାଠି କଲେ ଗୀତ ରେକର୍ଡିଂ

ମୁମ୍ବଇ: ନୂଆ ବର୍ଷ ପାଇଁ ଭିନ୍ନ ଶୈଳୀରେ ଉତ୍ସବ ପାଳନ କରିଛନ୍ତି ବଚ୍ଚନ ପରିବାର। ସମସ୍ତେ ଏକାଠି ହୋଇ ପହଞ୍ଚିଛନ୍ତି ଗୀତ ରେକର୍ଡ଼ିଂ ଷ୍ଟୁଡିଓରେ ଓ ନିଜ ନିଜ କଣ୍ଠରେ ରେକର୍ଡ଼ି କରିଛନ୍ତି ଗୀତ। ମାତ୍ର ଏହା ମଧ୍ୟରେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଭୁଲିନାହିଁ ପୁରା ପରିବାର।
ସାମାଜିକ ଗଣମାଧ୍ୟମରେ ବିଗ୍‍ ବି କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁସି କରିଦେଇଛି। ଏଥିରେ ଅମିତାଭ, ଅଭିଷେକ, ଐଶ୍ୱର୍ଯ୍ୟା ଓ ଆରାଧ୍ୟା ବଚ୍ଚନଙ୍କୁ ଏକାଠି ଏକ ରେକର୍ଡ଼ି ଷ୍ଟୁଡିଓରେ ଦେଖିବାକୁ ମିଳିଛି। ମୁମ୍ବଇର ଏହି ଷ୍ଟୁଡିଓରେ ସମସ୍ତେ ନିଜନିଜ ଭର୍ସନର ଗୀତ ଗାଇଥିଲେ। ନୂଆବର୍ଷର ସ୍ୱାଗତ ପାଇଁ ପରିବାର ସହ ମିଶି ଗୀତ ରେକର୍ଡିଂ କରୁଛନ୍ତି ବୋଲି ବିଗ୍‍ ବି ଲେଖିଛନ୍ତି।

- Advertisement -

ସୂଚନାଯୋଗ୍ୟ, ବିଗ୍‍ ବି ଆଗାମୀ ଦିନରେ ଆୟନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ସେହିଭଳି ଅଜୟ ଦେବଗନଙ୍କ ପ୍ରଯୋଜିତ ଫିଲ୍ମ ଦ ବିଗ୍ ବୁଲରେ ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଅପର ପକ୍ଷରେ ଐଶ୍ୱର୍ଯ୍ୟା ମଧ୍ୟ ଖୁବଶୀଘ୍ର ମଣି ରତ୍ନମଙ୍କ ଆଗାମୀ ଚଳଚ୍ଚିତ୍ର ପୋନିୟିନର ଶୁଟିଂ ଆରମ୍ଭ କରିବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories