www.samajalive.in
Friday, December 5, 2025
20.1 C
Bhubaneswar

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆଁପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ବିଲୁପଦର ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତି ଗତ ସୋମବାରଠାରୁ ନିଖୋଜ ହେବା ଓ ତିନିଦିନ ପରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମୃତଦେହ ମିଳିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କ ଶବଦାହ ପାଇଁ ଗ୍ରାମ ଶ୍ମଶାନକୁ ନେବା ବେଳେ ଖବର ପାଇ ଫିରିଙ୍ଗିଆ ପୁଲିସ୍‍ ଶ୍ମଶାନରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

ଖବର ପ୍ରକାରେ, ମୃତବ୍ୟକ୍ତି ଜଣକ ହେଲେ ବିଲୁପଦର ଗ୍ରାମର ଅନାଦି ମାଝୀ(୫୦)। ଗତ ସୋମବାର ଦିନ ମୃତ ସେ ନିଜ ମଝିଆ ପୁଅ ସୁମନ୍ତ ମାଝି ସାଙ୍ଗରେ କୁଆଡେ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକ ଗ୍ରାମବାସୀଙ୍କ ସହଯୋଗରେ ବହୁ ଖୋଜା ଖୋଜି ପରେ ମଧ୍ୟ ଉଭୟଙ୍କୁ ପାଇ ନ ଥିଲେ। ତେବେ ଆଜି ଗ୍ରାମ ନିକଟ ଜଙ୍ଗଲରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ଜାଣିବା ପରେ ଗ୍ରାମବାସୀମାନେ ସେଠାରେ ପହଞ୍ଚିଥିଲେ। ତେବେ ଗ୍ରାମବାସୀମାନେ ମୃତଦେହକୁ ଶ୍ମଶାନକୁ ନେବା ବେଳେ ବାପା ସହିତ ନିଖୋଜ ହୋଇଥିବା ମଝିଆ ପୁଅ ସୁମନ୍ତ ମଧ୍ୟ ସେହି ସମୟରେ ପହଞ୍ଚିଥିବା ସମସ୍ତଙ୍କୁ ଚକିତ କରିଛି। ତେବେ ଜଙ୍ଗଲରୁ ଶବ ଉଦ୍ଧାର ପରେ କେତେକ ଏନେଇ ଫିରିଙ୍ଗିଆ ପୁଲିସକୁ ଖବର ଦେବା ପରେ ପୁଲିସ୍‍ ତୁରନ୍ତ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିଥିବା ଜଣାଯାଇଛି। ପ୍ରାଥମିକ ସ୍ତରରେ ପୁଲିସ୍‍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ବାପା ସହିତ ନିଖୋଜ ଥିବା ମଝିଆ ପୁଅର ଆଜି ଅବିର୍ଭାବକୁ ନେଇ ଅନେକ ନାନା ପ୍ରକାର ସନ୍ଦେହ ମଧ୍ୟ କରିଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନା ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ପ୍ରକାର ଏତଲା ଦିଆଯାଇ ନ ଥିବା ତଦନ୍ତ ଅଧିକାରୀ ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି। ଫିରିଙ୍ଗିଆ ଥାନାରେ ୧୮/୨୦୨୦ ରେ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories