www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରାକୃତିକ ଦୁଃଖ ପରେ ଦାଉ ସାଜିଛି ମିଲରଙ୍କ ମନମାନି, ମଣ୍ଡି ସୁଚାରୁରୁପେ ଚାଲୁନଥିବା ନେଇ ବଡ଼ମ୍ବାରେ ଚାଷୀ ଅସନ୍ତୋଷ

ବଡ଼ମ୍ବା: ଚଳିତ ଖରିଫ ଧାନ ସଂଗ୍ରହନେଇ ମଣ୍ଡିରେ ମିଲରଙ୍କ ମନମାନି ଚାଷୀକୁଳଙ୍କୁ ହତୋତ୍ସାହିତ କରୁଥିବା ଜଣାଯାଇଛି। କେତକ ମଣ୍ଡିରେ ମନଇଛା କ୍ୱିଣ୍ଟାଲପିଛା ୫ରୁ ୬କେଜି ମିଲର ଓଜନରେ ଧାନ କାଟୁଥିବା ଏବଂ ନିର୍ଦ୍ଧାରିତ ଦିନରେ ମିଲରମାନେ ଧାନ ଉଠାଉନଥିବା କାରଣରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ। ଏଭଳି ସମସ୍ୟାର ଆଶୁ ସମାଧାନ ଦାବିକରି ନିଜିଗଡ଼ ବଡ଼ମ୍ବା ସେବା ସମବାୟ ସମିତି ଅଧିନସ୍ଥ ଧାନମଣ୍ଡି ଅନ୍ତର୍ଗତ ୩ଟି ଗ୍ରାମର ଚାଷୀମାନେ ମଙ୍ଗଳବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜିଗଡ଼ ବଡ଼ମ୍ବା ସମେତ ଖମାରସାହି, ମୂଳିଆବାଙ୍କ, ବିଜିପୁରର ଅନେକ ପଞ୍ଜୀକୃତ ଚାଷୀମାନେ ଏଯାବତ୍ ମଣ୍ଡିରେ ଧାନ ଦେବାକୁ ଅପେକ୍ଷା କରିଥିବା ବେଳେ ମିଲର ଠିକଣା ସମୟରେ ଧାନ ଉଠାଇବାକୁ ଆସୁନଥିବା ଅଭିଯୋଗ କରିଛନ୍ତି।

 

- Advertisement -

ମଣ୍ଡିକୁ ନିର୍ଦ୍ଧାରିତ ସମୟରେ ମିଲର ଆସିବା, ବଳକା ଧାନ ଉଠାଇବାକୁ ଅଧିକ ମିଲରଙ୍କୁ ନିଯୁକ୍ତ ବା ସଂଯୁକ୍ତ କରିବା ତଥା ସୁଚାରୁରୁପେ ସରକାରଙ୍କ ନିୟମାବଳୀ ଅନୁଯାଇ ଧାନମଣ୍ଡି ଚାଲିବାକୁ ସଂପୃକ୍ତ ଚାଷୀମାନେ ଦାବି କରିଛନ୍ତି। ଏ ଅଞ୍ଚଳର ଅଗ୍ରଣୀ ଚାଷୀମାନେ ଏନେଇ ବଡ଼ମ୍ବା ତହସିଲଦାର ତପନ କୁମାର ପରିଡ଼ା ଏବଂ ଥାନା ଆଇଆଇସି ନିରଞ୍ଜନ ଦାସଙ୍କୁ ମଙ୍ଗଳବାର ସାକ୍ଷାତକରି ଉପୁଜିଥିବା ସମସ୍ୟା ସମ୍ପର୍କରେ ଅବଗତ କରିବାସହ ଜିଲା ପ୍ରଶାସନକୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାର ଆଶୁସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ନଦେଲେ ବାଧ୍ୟହୋଇ ଚାଷୀକୂଳ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତାଙ୍କ ଦାବିପତ୍ରରେ ଚେତାବନୀ ଦେଇଛନ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories