www.samajalive.in
Sunday, December 7, 2025
15.1 C
Bhubaneswar

ଦ୍ୱିତୀୟ ଦିନରେ କମାଲ ଦେଖାଇଲା ‘ବାଜାର’

ମୁମ୍ବଇ : ଚଳିତ ସପ୍ତାହରେ ମୁକ୍ତିଲାଭ କରିଛି ସୈଫ୍‍ ଅଲ୍ଲୀ ଖାନ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଜାର’। ପ୍ରଥମ ଦିନ ଅର୍ଥାତ୍‍ ଶୁକ୍ରବାର ଏହି ଚଳଚ୍ଚିତ୍ର ଏତେ ଖାସ୍‍ ଆୟ କରି ପାରିନଥିଲେ ମଧ୍ୟ ଦ୍ୱିତୀୟ ଦିନ ଏହା ବକ୍ସ ଅଫିସରେ ଖୁବ୍‍ ଭଲ ବ୍ୟବସାୟ କରିଥିବା ଜଣାପଡ଼ିଛି।

ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମ ଜରିଆରେ ଚଳଚ୍ଚିତ୍ରର ବ୍ୟବସାୟ ବିଷୟରେ ବିବରଣୀ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ‘ବାଜାର’ ଶୁକ୍ରବାର ୩.୦୭କୋଟି ଆୟ କରିଥିବା ବେଳେ ଶନିବାର ୪.୧୦କୋଟି ଆୟ କରିଛି। ତେବେ ଏହି ଚଳଚ୍ଚିତ୍ର ବର୍ତ୍ତମାନ ସୁଦ୍ଧା ୭.୧୭କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି।

- Advertisement -

ସୈଫ୍‍ଙ୍କ ଏହି ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୪୦କୋଟି ରହିଛି। ଏହାକୁ ୧୫୦୦ରୁ ଅଧିକ ପରଦାରେ ରିଲିଜ୍‍ କରାଯାଇଛି। ତେବେ ଦ୍ୱତୀୟ ଦିନରେ ଚଳଚ୍ଚିତ୍ରର ଆୟକୁ ଦେଖି ଆଶା କରାଯାଉଛି ଯେ ଆଗକୁ ଏହା ଖୁବ୍‍ ଭଲ ବ୍ୟବସାୟ କରିବାରେ ସଫଳ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories