www.samajalive.in
Saturday, December 6, 2025
16.1 C
Bhubaneswar

ହଠାତ୍ ବିଗିଡ଼ିଲା ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା; ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ଡାକ୍ତରମାନଙ୍କ ନିରୀକ୍ଷଣରେ ରଖାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ରବିବାର ରାତିରେ ହଠାତ୍‌ ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ପ୍ରଥମେ ସ୍ଥାନୀୟ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ପୁଅ ଅବ୍ଦୁଲ୍ଲା ଆଜମଙ୍କ ସମେତ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ନେଇଯାଇଥିଲେ। ସେଠାରେ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବାନୁଯାୟୀ, ତାଙ୍କ ଗୋଡ଼ରେ ଯେଉଁ ଅପରେସନ୍‌ କରାଯାଇଥିଲା, ସେଥିରେ ସଂକ୍ରମଣ ବୃଦ୍ଧି ପାଉଛି। ଏଥିସହ ହାର୍ଣ୍ଣିଆ ସମସ୍ୟା ମଧ୍ୟ ରହିଛି ବୋଲି ଡାକ୍ତର କହିଛନ୍ତି।

- Advertisement -

 

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories