ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା : ଶିଶୁମାନଙ୍କୁ ଯୋଗାଇ ଦିଆଯିବ କର୍କଟ ଚିକିତ୍ସା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଶିଶୁମାନଙ୍କୁ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଦର ନିର୍ଦ୍ଧାରଣ କରାଯିବ। ଏହି ଯୋଜନାରେ ଦେଶର ଗରିବ ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବା ବିଷୟରେ ସେ ସୂଚନା ଦେଇଛନ୍ତି। ବିଶେଷକରି ବିପିଏଲ ଏବଂ ନିମ୍ନ ବିତ୍ତ ପରିବାର ଉପକୃତ ହୋଇପାରିବେ।
ସେହିପରି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୨ ମସିହା ସୁଦ୍ଧା ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯିବ ବୋଲି ନୀତି ଆୟୋଗ ଅଧ୍ୟକ୍ଷ ଡକ୍ଟର ବିନୋଦ କୁମାର ପଲ୍ କହିଛନ୍ତି। ନୂଆଦିଲ୍ଲୀଠାରେ ଡକ୍ଟର ପଲ୍ କହିଛନ୍ତି, ଏହି କେନ୍ଦ୍ରଗୁଡ଼ିକରେ ମଧୁମେହ, କର୍କଟ, ଉଚ୍ଚ ରକ୍ତଚାପ ଓ ହୃଦ୍ରୋଗ ଆଦିର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।