www.samajalive.in
Monday, December 8, 2025
13.1 C
Bhubaneswar

ମାଣତ୍ରୀରେ ବିଜେଡ଼ି ସମାବେଶ

ବଡ଼ସାହି : ବିଜେଡ଼ି ଜିଲା ଉପସଭାପତି ପ୍ରଭାତକୁମାର ଜେନା, ଜିଲା ଯୁବ ସମ୍ପାଦକ ସୁଧୀର ଷଢ଼ଙ୍ଗୀ ଓ ଯୁବନେତା ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ରବିବାର ମାଣତ୍ରୀ ଠାରେ ଦଳର ଏକ ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ, ପଦଯାତ୍ରା ଏବଂ ଦଳୀୟ କାର୍ଯ୍ୟାଳୟ ଉଦ୍‍ଘାଟନ ଉତ୍ସବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ପୁରୁଷମହିଳା କର୍ମୀ ରାଲିରେ ଆସି ମାଣତ୍ରୀ ବଜାରରେ ଦଳର କାର୍ଯ୍ୟାଳୟ ଉଦ୍‍ଘାଟନ ଉତ୍ସବରେ ଯୋଗ ଦେଇ ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ସମାବେଶରେ ଯୋଗଦେଇଥିଲେ। ଜିଲା ମହିଳା ଉପସଭାନେତ୍ରୀ ସୁମିତ୍ରା ବଳବନ୍ତରାୟ, କରୁଣାକର ଦାସ, ବାବୁଲୁ ଭୂୟାଁ, ଲକ୍ଷ୍ମୀନାରାୟଣ ସେନାପତି, ସୁରଥ ଦାସ, ହରେନ୍ଦ୍ର ସାହୁ, ପଦ୍ମଲୋଚନ ଘୋଷ, ମିକି ଦାସ ଓ ବାବୁଲି ଢ଼ୁଲିଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରୁ କର୍ମୀଗଣ ଯୋଗଦେଇଥିଲେ। ଏହି ଅବସରରେ ବିଜେପିର ନବୀନ କୁଅଁର, କଂଗ୍ରେସର ପ୍ରତାପ ଚନ୍ଦ୍ର ଗାୟା ଓ ଅବସରପ୍ରାପ୍ତ ସମବାୟ ବିଭାଗର କର୍ମଚାରୀ ସନ୍ତୋଷ ପାତ୍ର ବିଜେଡ଼ିରେ ଯୋଗଦେଇଥିଲେ। ଦଳର ଜିଲା ପର୍ଯ୍ୟବକ୍ଷେକ ଅରୁଣ ସାହୁଙ୍କ ନିର୍ଦେଶରେ ଜିଲା ମହିଳା ଉପସଭାନେତ୍ରୀ ଓ ଦଳର ଉପସଭାପତି ଶ୍ରୀ ଜେନାଙ୍କ ସହିତ ବିଗତ ସପ୍ତାହ ବ୍ୟାପୀ ବ୍ଲକର ସମସ୍ତ ପଞ୍ଚାୟତରେ ମହିଳା ସମାବେଶ କରୁଥିବା ଦେଖିବାକୁ ମିଳିଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories