www.samajalive.in
Monday, December 15, 2025
26.1 C
Bhubaneswar

ମଲ୍ଲୀପଶି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜାତୀୟ ଗୁଣବତ୍ତାମାନ ପରୀକ୍ଷା, ଯୋଗଦେଲେ ଆନ୍ତଃରାଜ୍ୟ ଚିକିତ୍ସକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆଜି ଜାତୀୟ ଗୁଣବତ୍ତା ମାନ ପରୀକ୍ଷା କାର୍ଯ୍ୟକ୍ରମ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆନ୍ତଃରାଜ୍ୟ ଚିକିତ୍ସକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତରପ୍ରଦେଶର ଡକ୍ଟର ଶୁଭେନ୍ଦ୍ର ବିକ୍ରମ ସିଂହ ଓ ବିହାରର ଡାକ୍ତର ସଂଧ୍ୟା ସିଂହ ଯୋଗ ଦେଇଥିଲେ। ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗାଇ ଦେଇଥିବା ସେବା, ରୋଗୀ ଅଧିକାର, ଯୋଗାଣ, ସହାୟକ ସେବା, ଚିକିତ୍ସା ସେବା, ସଂକ୍ରମଣ ପ୍ରତିରୋଧ, ଗୁଣବତ୍ତା ଅନ୍ତକରଣ, ଫଳାଫଳ ଆଦି ୧୨ ପ୍ରସଙ୍ଗ ସେବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଏଥିରେ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ହିମାଂଶୁ ସାହୁ , ଡାକ୍ତର ଅଭିଷେକ ଷଡଙ୍ଗୀ, ଡାକ୍ତର ଲକ୍ଷ୍ମଣ ରାଉଳ ଓ ପବିତ୍ର ମହାପାତ୍ର ପ୍ରମୁଖ ଅଧିକାରୀ ମାନଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପିଏଚଇଓ ସରୋଜିନୀ ସେଠୀ, ବିପିଏମ ଦୀପକ କୁମାର ନାୟକ, ଭିବିଟିଡିଏସ ଜଗନ୍ନାଥ ସାହୁ, ଏସଟିଏସ ତପନ କୁମାର ଜେନାଙ୍କ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ସ୍ୱାସ୍ଥ୍ୟ କର୍ମୀ କବିତା ରାଉତ, ଶକ୍ତିମୟୀ ରଣା ଓ ରାଜକିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories