www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱ ଏଡ୍‍ସ ଦିବସ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ଏଡ୍‍ସ ଦିବସ ଅବ୍ୟବହିତ ପୂର୍ବରୁ ଜନସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ୨୦୨୦ ମସିହାର ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ ବାର୍ତ୍ତାକୁ ଚରିତାର୍ଥ କରିବାକୁ ଯାଇ ଖଜୁରୀପଡା, ଜି.ଉଦୟଗିରି, ଟିକାବାଲି, ଫୁଲବାଣୀ ଓ ଫିରିଙ୍ଗିଆ ଅଂଚଳରେ ଏହି କାର୍ଯ୍ୟକ୍ରମଗୁଡିକ ଆୟୋଜନ କରାଯାଇଥିଲା। ସ୍ୱାତୀର ସମ୍ପାଦକ ଇଂ ହରିଶଙ୍କର ରାଉତଙ୍କ ତତ୍ୱାବଧାନତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡିଶା ଏଡ୍‍ସ ନିୟନ୍ତ୍ରଣ ସମିତି ଭୁବନେଶ୍ୱର ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହଭାଗିତା ବଢାଇବା ନିମନ୍ତେ ଝୋଟି, ସଂଗୀତ, ନୃତ୍ୟ, କୁଇଜ୍ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା। ତତସହିତ ଅଧିକ ସଚେତନତା ନିମନ୍ତେ ଆଲୋଚନାଚକ୍ର ମାଧ୍ୟମରେ ଏଡ୍‍ସ ଭୟାବହତା ଓ ବ୍ୟାପିବାର ମାଧ୍ୟମ ଗୁଡିକୁ ଦର୍ଶାଯାଇ ଆମ୍ଭେମାନେ କିପରି ଏଥିରୁ ବଞ୍ଚିପାରିବା ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀମାନଙ୍କୁ ସାମିଲ୍ କରାଯାଇ ସେମାନଙ୍କ ମାଧ୍ୟମରେ କିଭଳି ଏହି ସଚେତନତା ବାର୍ତ୍ତା ସାରା ଜିଲ୍ଲାରେ ପହଞ୍ଚା ଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମମତା ଦାସ, ସୀତା ରଣା, ଶୁଭଲକ୍ଷ୍ମୀ ପ୍ରଧାନ, ପୂର୍ଣ୍ଣିମା ନାୟକ, ଅଞ୍ଜନା ବେହେରା, ସୁବାସିନୀ ବେହେରା, ଆରତୀ କହଁର ଓ ନିବେଦିତା କହଁର ଯୋଗଦେଇ ଜନସାଧାରଣଙ୍କୁ କିପରି ମନୋରଞ୍ଜନ ମାଧ୍ୟମରେ ବାର୍ତା ପହଞ୍ଚାଯାଇ ପାରିବ ତାହା ଚେଷ୍ଟା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏଡ୍‍ସ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories