www.samajalive.in
Sunday, December 7, 2025
16.1 C
Bhubaneswar

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଗୁରୁତ୍ବପୂର୍ଣ ପଦ: ନେରା ଟାଣ୍ଡେନ ହ୍ବାଇଟ୍ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ନିଯୁକ୍ତ

ଆମେରିକା ରାଷ୍ଟ୍ରପତି ରୂପେ ଜୋ ବାଇଡ଼େନ ନିର୍ବାଚିତ ହେବା ପରେ ହ୍ବାଇଟ୍ ହାଉସରେ ଭାରତୀୟ ବଂଶୋଦ୍ଭବମାନଙ୍କର ପତିଆରା ନିରବଚ୍ଛିନ୍ନ ଭାବରେ ବଢ଼ି ଚାଲିଛି । ପୂର୍ବରୁ କମଳା ହ୍ୟାରିସ ଉପ ରାଷ୍ଟ୍ରପତି ରୂପେ ନିଯୁକ୍ତି ପାଇଛନ୍ତି । ସେହିପରି ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଆମେରିକାର ପ୍ରଥମ ମହିଳାଙ୍କ ନୀତି ନିର୍ର୍ଧାରକ ଭାବରେ ନିଯୁକ୍ତି ଦିଆଯାଇଛି । ଏବେ ଆଉ ଜଣେ ଭାରତୀୟ-ମାର୍କିନ ମହିଳା ନେରା ଟାଣ୍ଡେନଙ୍କୁ ହ୍ବାଇଟ୍ ହାଉସ ପରିଚାଳନା ଓ ବଜେଟ ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ବାଇଡ଼େନ । ସେ ବର୍ତ୍ତମାନ ସେଣ୍ଟର ଫର ଆମେରିକୀୟ ପ୍ରଗତି ଥିଙ୍କ ଟ୍ୟାଙ୍କର ସଭାପତି ଅଛନ୍ତି।

ନେରାଙ୍କ ଦାୟିତ୍ବ ହେବ ଯେ ସେ  ରାଷ୍ଟ୍ରପତିଙ୍କ ତରଫରୁ ସମଗ୍ର ସରକାରଙ୍କ ପାଇଁ ବଜେଟ୍ ପ୍ରକ୍ରିୟା ତଦାରଖ କରିବେ ଏବଂ ବିଭିନ୍ନ ଫେଡେରାଲ୍ ଏଜେନ୍ସି ଏବଂ କର୍ମଚାରୀଙ୍କ ପରିଚାଳନା ତଥା ବିଧାନସଭା ସମନ୍ୱୟ ପାଇଁ ବିଭିନ୍ନ ଦାୟିତ୍ବ ଗ୍ରହଣ କରିବେ। ତେବେ ନେରାଙ୍କ ନିଯୁକ୍ତିକୁ ନେଇ କିଛି ମହଲ​ରେ ବିରୋଧାଭାଷ ସୃଷ୍ଟି ହୋଇଛି ।  ଟ୍ରମ୍ପଙ୍କ ତୀବ୍ର ସମାଲୋଚକମାନଙ୍କ ମଧ୍ୟରୁ  ନେରା ହେଉଛନ୍ତି ଅନ୍ୟତମ  । ସେ ପୂର୍ବରୁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସମୟରେ ହ୍ବାଇଟ୍ ହାଉସରେ କାର୍ଯ୍ୟ କରିଥିଲେ । ସେତେବେଳେ ସେ  ଘରୋଇ ନୀତିର ସହଯୋଗୀ ନିର୍ଦ୍ଦେଶକ ତଥା ହିଲାରୀ କ୍ଲିଣ୍ଟନଙ୍କ ପରାମର୍ଶଦାତା ଭାବରେ ଯୋଗଦାନ କରିଥିଲେ । ହିଲାରୀ କ୍ଲିଣ୍ଟନ ସିନେଟ ନିର୍ବାଚନ ଲଢ଼ୁଥିବାବେଳେ ନେରା ତାଙ୍କର ଡ଼େପୁଟି କ୍ୟାମ୍ପେନ ମ୍ୟାନେଜର ଓ ପରେ ବିଧାନସଭାର ନିର୍ଦେଶକ ହୋଇଥିଲେ ।

- Advertisement -

ସେହିପରି ସେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ  ପ୍ରଶାସନରେ ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗର ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ, ଏବଂ ତାଙ୍କର ସୁଲଭ ସ୍ୱାସ୍ଥ୍ୟସେବା ଆଇନ ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories