www.samajalive.in
Tuesday, December 9, 2025
17.1 C
Bhubaneswar

ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ସଚେତନତା ଶିବିର

ଗଞ୍ଜାମ : ସାମୁଦ୍ରିକ ମତ୍ସ୍ୟଜୀବୀ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ସଚେତନତା ଶିବିର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମର (କଣ୍ଟିଆଗଡ ମତ୍ସ୍ୟ ଅବତରଣ ଅଧିନସ୍ଥ) ସମସ୍ତ ସାମୁଦ୍ରିକ ମତ୍ସ୍ୟଜିବୀଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।  ସଚେତନତା ଶିବିରରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ମତ୍ସ୍ୟ ଅଧିକାରୀ ବିଶ୍ବଭୂଷଣ ଜେନା, ଓ଼ମ୍ଫରା-୧୯୮୨ର ନିୟମ ଓ ଏହାର ପରିଚାଳନା ଏବଂ ତତ୍ ସହିତ ମାଛଧରା ନିଷେଧ ସମୟରେ ଥିବା ନିୟମାବଳୀ ଉପରେ ଅବଗତ କରାଇଥିଲେ ।

କଚ୍ଛପ ସୁରକ୍ଷା ଓ ରିଙ୍ଗ୍ ଜାଲର ବ୍ୟବହାର ମତ୍ସ୍ୟ ସମ୍ପଦ ଉପରେ କି ପ୍ରକାର ପ୍ରଭାବ ପକାଉଛି ଏବଂ ଏହାର ବ୍ୟବହାର କେଉଁଭଳି ମତ୍ସ୍ୟଜୀବୀଙ୍କୁ ଦୀର୍ଘସ୍ଥାୟୀ ରୋଜଗାରକ୍ଷମ କରାଇପାରୁଛି  କି ନାହିଁ ଏହି ସଚେତନତା ଶିବିରର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା । ଏଥି ସହିତ ଜିଏଆଈଏସ୍, ନୂତନ ଡଙ୍ଗା, ଜାଲ ଓ ଇଞ୍ଜିନ୍, ସଞ୍ଚୟ ଓ ଉପଶମ, ମତ୍ସ୍ୟ ସମବାୟ ସମିତି ଗଠନ ଓ ପରିଚାଳନା ପ୍ରଭୁତି ଯୋଜନା ସମ୍ବଧିତ ତଥ୍ୟ, ମତ୍ସ୍ୟ ଅଧିକାରୀ ପୂଜାରାଣୀ ସାହୁ  ବିଭଗ ତରଫରୁ ଉପସ୍ଥାପନା କରାଇଥିଲେ । ଉକ୍ତ ବୈଠକରେ ମତ୍ସ୍ୟଜୀବିମାନେ ନିଜ ନିଜର ମତ ଉପସ୍ଥାପନା କରିଥିଲେ ଓ ପୋଡମପେଟା  ମତ୍ସ୍ୟ ସମବାୟ ସମିତିର ସମ୍ପାଦକ ଶ୍ରୀ ସିଏଚ ବାବାଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନତା ଶିବିରରେ ମତ୍ସ୍ୟ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ , ସାଗରମିତ୍ର ଓ ଗ୍ରାମର ଲୋକ ଉପସ୍ଥିତ ଥିଲେ ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories