www.samajalive.in
Saturday, December 6, 2025
14.1 C
Bhubaneswar

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଏଚପିଭି -କର୍କଟ ଜନସଚେତନତା ଅଭିଯାନ

ଭୁବନେଶ୍ୱର : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ପକ୍ଷରୁ ଆଜି ଭୁବନେଶ୍ୱରରେ “କନକୋର ଏଚପିଭି ଏବଂ କ୍ୟାନସର କନକ୍ଲେଭ ୨୦୨୫ ” ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ କ୍ୟାନ୍ସର ସମ୍ପର୍କିତ ଆଲୋଚନା ଏବଂ ସଚେତନତା ସମ୍ପର୍କରେ ଆଲୋକପାତ ହୋଇଥିଲା । କାର୍ଯ୍ୟକ୍ରମରେ ସାମିଲ ଥିବା ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ଯେ ଏଚପିଭି କେବଳ ଗର୍ଭାଶୟ କର୍କଟ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଭଲଭା, ଯୋନି, ମଳଦ୍ୱାର, ଯୌନାଙ୍ଗ  ଏବଂ ଓରୋଫାରିଙ୍କସର କର୍କଟ ସହିତ ମଧ୍ୟ ଜଡିତ, ଯାହା ପୁରୁଷ ଏବଂ ମହିଳା ଉଭୟଙ୍କୁ ପ୍ରଭାବିତ କରେ। ୧୫ ରୁ ୨୫ ବର୍ଷ ବୟସ ମଧ୍ୟରେ ଏଚପିଭି ସଂକ୍ରମଣର ସର୍ବାଧିକ ପରିମାଣରେ ଘଟୁଥିବାରୁ, ପ୍ରାରମ୍ଭିକ ସଚେତନତା ଏବଂ ସମୟୋଚିତ ପ୍ରତିରୋଧକ ପଦକ୍ଷେପ ଅତ୍ୟନ୍ତ ଜରୁରୀ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶମୁଖ କହିଛନ୍ତି “ଦେଶବ୍ୟାପୀ ଆୟୋଜିତ ଏହି ସମ୍ମିଳନୀ ମାଧ୍ୟମରେ, ଆମେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚପିଭି) ଏବଂ ସର୍ଭାଇକାଲ୍ ଏବଂ ଅନ୍ୟାନ୍ୟ କର୍କଟ ରୋଗ ସହିତ ଏହାର ସମ୍ପର୍କ ବିଷୟରେ ସଚେତନତା  ସୃଷ୍ଟି  କରିବାକୁ ଲକ୍ଷ୍ୟ ରଖିଛୁ । ଆମେ  ଚିକିତ୍ସା ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଏକତ୍ରିତ କରି, ଫୋରମ୍ ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରତିରୋଧ ପାଇଁ ଆଲୋଚନା ଏବଂ ବ୍ୟବହାରିକ ପଦକ୍ଷେପକୁ ଉତ୍ସାହିତ କରିବାକୁ  ପ୍ରୟାସ କରିଛୁ । ”

- Advertisement -

ଏହି କାର୍ଯ୍ୟକ୍ରମରେ, ଚିକିତ୍ସା ବିଶେଷଜ୍ଞମାନଙ୍କର ଏକ ପ୍ୟାନେଲ୍ ଏଚପିଭିର ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ଏକ ଆଲୋଚନାରେ ସାମିଲ ହୋଇଥିଲେ। ପ୍ୟାନେଲରେ ଡ଼. ତୁଷାର କର , ପ୍ରଫେସର ଡକ୍ଟର ଭାଗ୍ୟଲକ୍ଷ୍ମୀ ନାୟକ, ଶିଶୁରୋଗ ବିଭାଗ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ଦାଶ , ଡ଼. ପ୍ୟାରିଲାଲ ତ୍ରିପାଠୀ , ଡକ୍ଟର ସୁସୃତ ଦାସ ସାମିଲ ଥିଲେ । କନକ୍ଲେଭରେ ଉପସ୍ଥିତ ଦର୍ଶକଙ୍କ ସହ ଏକ ଖୋଲା ଆଲୋଚନା ସହିତ ଶେଷ ହୋଇଥିଲା। କହିରଖୁଛୁ ପୁନେରେ ମୁଖ୍ୟାଳୟ ଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ହେଉଛି ବିଶ୍ୱର ସର୍ବବୃହତ ଟୀକା ନିର୍ମାତା ।  ଭାରତ ଏବଂ ବିଶ୍ୱ ସ୍ତରରେ ସାର୍ବଜନୀନ ସ୍ୱାସ୍ଥ୍ୟକୁ ଆଗକୁ ବଢାଇବାରେ ଦୀର୍ଘକାଳୀନ ଭୂମିକା ଗ୍ରହଣ କରିଆସିଛି ଏହି କମ୍ପାନୀ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories