କଣ୍ଣାଟକ : ବହୁମତ ସାବ୍ୟସ୍ତ ପାଇଁ ୧୫ ଦିନ ସମୟ କାହିଁକି?

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବି. ଏସ୍‍. ୟେଦୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବା ଲାଗି ରାଜ୍ୟପାଳ ୧୫ ଦିନର ସମୟ ପ୍ରଦାନ କରିଛନ୍ତି। ଏ ନେଇ ୟେଦୁରପ୍ପା ନିଜେ ମାତ୍ର ୭ ଦିନ ସମୟ ଲୋଡିଥିବା ବେଳେ ତାଙ୍କୁ କାହିଁକି ୧୫ ଦିନ ସମୟ ପ୍ରଦାନ କରାଗଲା ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି କରିବା ଦ୍ୱାରା ଘୋଡାବେପାର (ବିଧାୟକଙ୍କୁ ଅର୍ଥ ପ୍ରଲୋଭନ ଦେଇ ନିଜ ସପକ୍ଷରେ କରିବା) ନିମନ୍ତେ ରାଜ୍ୟପାଳ ବିଜେପିକୁ ସୁଯୋଗ (ଲାଇସେନ୍ସ) ପ୍ରଦାନ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବୁଧବାର ଅର୍ଦ୍ଧରାତିରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଶୁଣାଣି ରଦ୍ଦ ସମ୍ବନ୍ଧୀୟ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଠାରେ ଉଲ୍ଲେଖ ଯେ, ୧୯୯୮ରେ ଉତ୍ତରପ୍ରଦେଶରେ ବହୁମତ ସାବ୍ୟସ୍ତ ଲାଗି କଂଗ୍ରେସ ନେତା ଜଗଦମ୍ବିକା ପାଲଙ୍କୁ ମାତ୍ର ୩ ଦିନ ସମୟ ମିଳିଥିଲ; କିନ୍ତୁ ୨୦୦୫ରେ ଶିବୁ ସୋରେନ୍‍ଙ୍କୁ ଏ ନେଇ ୧୯ ଦିନ ସମୟ ଦିଆଯାଇଥିବା ବେଳେ ସୁପ୍ରିମକୋର୍ଟ ପରେ ତାହାକୁ ହ୍ରାସ କରିଥିଲେ। ୨୦୧୭ରେ ଗୋଆରେ ବିଜେପି ବହୁମତ ସାବ୍ୟସ୍ତ କରିବାକୁ ମାତ୍ର ୪ ଦିନ ସମୟ ପାଇଥିଲା।

Leave A Reply