ଟ୍ୟାକ୍ସି ଚାଳକଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ: ଟ୍ୟାକି୍ସ, ଅଟୋରିକ୍ସା ଓ ବ୍ୟବସାୟିକ ଦୁଇ ଚକିଆ ଯାନ ଚଳାଚଳ ପାଇଁ ଆଉ କମର୍ସିଆଲ୍ ଲାଇସେନ୍ସ ଆବଶ୍ୟକ ନାହିଁ। ସାଧାରଣ ଲାଇସେନ୍ସଗୁଡ଼ିକ ଉପରୋକ୍ତ କ୍ଷେତ୍ରରେ ବୈଧ ବୋଲି ଧରାଯିବ। କେନ୍ଦ୍ର ସଡ଼କ ଚଳାଚଳ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ୨୦୧୭ ଜୁଲାଇରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ କେନ୍ଦ୍ର ସରକାର ଏହି ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି। ଏହାଦ୍ୱାରା ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ବହୁ ପାରିମାଣରେ ରୋକାଯାଇପାରିବ ବୋଲି କୁହାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ କମର୍ସିଆଲ୍ ଲାଇସେନ୍ସ ପାଇଁ ବ୍ୟକ୍ତିଗତ ଲାଇସେନ୍ସ ପାଇବାର ବର୍ଷେ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା।