www.samajalive.in
Monday, December 15, 2025
27.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ, ଗୋଟିଏ ପରିବାରର ୭ ଆହତ  

ମୋହନା: ଗଜପତି ଓ ଗଞ୍ଜାମ ଜିଲା ସୀମାନ୍ତର ହାରିଆଗୁଡା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡରେ  ଓଲଟି ପଡ଼ିଛି। ଏଥିରେ ସବାରୀ ହୋଇଥିବା ଗୋଟିଏ ପରିବାର ୭ଜଣ  ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ବଡ଼ଗଡ଼ ଥାନା ଅନ୍ତର୍ଗତ କେରାଞ୍ଜୁଳି ଗ୍ରାମରୁ ଗୋଟିଏ ପରିବାରର ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି  ଏକ ଯାତ୍ରୀବାହୀ ଅଟୋ ନଂ ଓଆରା ୧୮ଇ୫୨୯୭ ଯୋଗେ ହାରିଆଗୁଡ଼ା ଆସୁଥିବା ବେଳେ ହାରିଆଗୁଡ଼ା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଚାଳକ ସମେତ ୭ଜଣଙ୍କୁ ଆଘାତ ଲାଗିଛି । ସେମାନଙ୍କ ମୁଣ୍ଡ, ଗୋଡ଼ରେ ଆଘାତ ଲାଗିଛି। ଅଟୋରେ ବସିଥିବା ଛୋଟ ପିଲା ୫ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତମାନେ ହେଲେ ମେରିଆ ମଳିକ(୪୦) ,ମାର୍ରୀ ମଳିକ(୫୦),ରାଜୀବ ମଳିକ(୪୫),ଜୀତ ବର୍ଦ୍ଧନ(୦୬),ୟୁଶ ବର୍ଦ୍ଧନ(୩),ସ୍ଵାତୀ ମଳିକ(୨ବର୍ଷ ) ,ପ୍ରୋଭିଜନ ମଳିକ(୦୯) । ସମସ୍ତ ଆହତଙ୍କୁ ଅନ୍ୟ ଏକ ଅଟୋ ଯୋଗେ ଅଡବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ନିଜ ଗ୍ରାମକୁ ପଠାଯାଇଥିବା ଜଣାପଡିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories