www.samajalive.in
Monday, December 15, 2025
26.1 C
Bhubaneswar

କୋର୍ଟରେ ପୂର୍ବତନ ସ୍ତ୍ରୀକୁ ହାଣିଲା ଯୁବକ

ସମ୍ବଲପୁର: ସୋମବାର ସକାଳ ପ୍ରାୟ ୯ଟା ୩୦ରେ ସମ୍ବଲପୁରର ପରିବାର କଲ୍ୟାଣ ଅଦାଲତଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠ ସ୍ଥିତ ସିନ୍ଦୁରପଙ୍କ ନିବାସୀ ସଙ୍ଗୀତା ଚୌଧୁରୀ (୧୮) ନାମକ ଜନୈକ ମହିଳା ତାଙ୍କ ପୂର୍ବତନ ସ୍ୱାମୀ ରମେଶ ଚୌଧୁରୀ(୨୫)ଙ୍କ ଖଣ୍ଡା ଚୋଟରେ ପ୍ରାଣ ହରାଇଛନ୍ତି। ରମେଶଙ୍କ ଆକ୍ରମଣରେ ସଙ୍ଗୀତାଙ୍କ ମା’ ଲଳିତା ଚୌଧୁରୀ (୫୦) ଓ ଝିଆରୀ ଶିବାନୀ (୩) ଗୁରୁତର ହୋଇ ବୁର୍ଲାରେ ଚିକିତ୍ସିତ ହେଉଛନ୍ତିି।
ସୂଚନା ଅନୁଯାୟୀ, ସଙ୍ଗୀତା ଓ ରମେଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁଇ ବର୍ଷ ତଳେ ସେମାନେ ଘର ଛାଡ଼ି ଚାଲିଯାଇଥିଲେ। ପ୍ରାୟ ଦୁଇ ମାସ ପରେ ଫେରିଆସି ବିବାହ କରିଥିଲେ। କିନ୍ତୁ ବିବାହର କିଛିଦିନ ପରେ ମନାନ୍ତର ହେବାରୁ ବିବାହ ବିଚ୍ଛେଦ ପାଇଁ ଲୋକ ଅଦାଲତରେ ସେମାନେ ଏକ ମାମଲା ଦାୟର କରିଥିଲେ। ଲୋକ ଅଦାଲତର ରାୟ ଅନୁଯାୟୀ ଦୁଇ ଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ଗତ ଫେବୃଆରୀ ମାସରେ ସଙ୍ଗୀତାଙ୍କର ବିବାହ ଆଉ ଜଣଙ୍କ ସହ ହୋଇଥିଲା। ଏହା ପରେ ରମେଶ ପୁଣି ଲୋକ ଅଦାଲତରେ ଏକ ମାମଲା ଦାୟର କରି ସଙ୍ଗୀତାଙ୍କୁ ତାଙ୍କ ସ୍ତ୍ରୀ ରୁପେ ଫେରାଇ ଦିଆଯିବା ସହ ସଙ୍ଗୀତାଙ୍କ ଦ୍ୱିତୀୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନ କରିଥିଲେ। ଆଜି ସକାଳେ ଶୁଣାଣି ଥିବାରୁ ସଙ୍ଗୀତା ତାଙ୍କ ବାପା କୁଦନ ଚୌଧୁରୀ (୬୦), ମା’ ଲଳିତା ଚୌଧୁରୀ ଓ ଝିଆରୀ ଶିବାନୀଙ୍କ ସହ ପରିବାର ଅଦାଲତକୁ ଆସିଥିଲେ। ମାମଲାର ଶୁଣାଣି ଚାଲିଥିବା ବେଳେ ରମେଶ ଉତ୍ତ୍ୟକ୍ତ ହୋଇ ଖଣ୍ଡା ଦ୍ୱାରା ସଙ୍ଗୀତା ଓ ତାଙ୍କର ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲା। କୁଦନ ଅଦାଲତ ପରିସରରୁ ଜୀବନ ବିକଳରେ ଦୌଡ଼ି ପଳାଇଯାଇଥିଲେ। ରମେଶ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବା ସମୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ଓକିଲ ଓ ସ୍ଥାନୀୟ ଲୋକେ ତାକୁ କାବୁ କରି ମାଡ଼ ମାରିବା ସହିତ ପୁଲିସ ଜିମା ଦେଇଥିଲେ। ଆହତଙ୍କୁ ପ୍ରଥମେ ସମ୍ବଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସଙ୍ଗୀତାଙ୍କ ମୃତ୍ୟୁ ଘଟିଛି। ରମେଶକୁ ପୁଲିସ ଗିରଫ କରିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories