www.samajalive.in
Monday, December 15, 2025
26.1 C
Bhubaneswar

‘ଭାରତ ଉପରେ ପରମାଣୁ ଆକ୍ରମଣ, ଟ୍ରମ୍ପଙ୍କୁ ହତ୍ୟା କର’: ବନ୍ଧୁକରେ ଏମିତି ବାର୍ତ୍ତା ଲେଖିଛି ମିନିପଲିସ ଆକ୍ରମଣକାରୀ

ସମାଜ ଡିଜିଟାଲ ଡେସ୍କ: ଭାରତ ଉପରେ ପରମାଣୁ ଆକ୍ରମଣ। ଟ୍ରମ୍ପଙ୍କୁ ହତ୍ୟା। ତା’ ସହିତ ଇସ୍ରାଏଲର ପତନ ନିଶ୍ଚୟ ଘଟିବ। ଏଭଳି କିଛି ବାର୍ତ୍ତା ଲେଖାଯାଇଛି ଆମେରିକାର ମିନିପଲିସ ଚର୍ଚ୍ଚରେ ଆକ୍ରମଣ କରିଥିବା ଆତତାୟୀର ବନ୍ଧୁକରେ। ପୁଲିସ ତା’କୁ ଗିରଫ କରିବା ପରେ ତା’ଠାରୁ ଜବତ ହୋଇଥିବା ବନ୍ଧୁକ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଏଭଳି ଲେଖାଯାଇଥିବା ଦେଖିବାକୁ ମିଳିଛି।

ଆମେରିକୀୟ ରାଜନୀତିଜ୍ଞ ଲୌରା ଲୁମର ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଜାରି କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛି ୨୩ ବର୍ଷୀୟ ରବିନ ଓ୍ବେଷ୍ଟମ୍ୟାନ। ସେ ଗତ ବୁଧବାର ଦିନ ମିନିପଲିସସ୍ଥିତ ଏକ ଚର୍ଚ୍ଚରେ ଆକ୍ରମଣ କରିଥିଲା। ଏହି ଚର୍ଚ୍ଚରେ ସ୍କୁଲ ମଧ୍ୟ ଚାଲିଥିଲା। ଅଭିଯୁକ୍ତ ଝରକା ବାଟେ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିଲେ। ପୁଲିସ ଅଭିଯୁକ୍ତକୁ କାବୁ କରିଥିଲା।

- Advertisement -

ଲୌରା ଲୁମର ଲେଖିଛନ୍ତି ଯେ, ଆତତାୟୀ ଜଣକ ଭାରତ ବିରୋଧୀ ଏବଂ ଖ୍ରୀଷ୍ଟିଆନ ବିରୋଧୀ ଇସଲାମିକ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହୋଇଥିବା ସ୍ପଷ୍ଟ ଭାବରେ ଜଣାପଡ଼ୁଛି। ଇଲହାନ ଓମାର ଜିଲାରେ ଏଭଳି ବ୍ୟକ୍ତିଙ୍କୁ ଦେଖିବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories