www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀର ୨୦ରୁ ଅଧିକ କଲେଜକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ୨୦ରୁ ଅଧିକ କଲେଜକୁ ବୋମାରେ ଉଡାଇବାକୁ ନେଇ ଧମକ ମିଳିଛି । ଚାଣକ୍ୟପୁରୀ ସ୍ଥିତ କଲେଜ ସମେତ ପ୍ରାୟ ୨୦ଟି କଲେଜକୁ ଧମକପୂର୍ଣ୍ଣ ଇମେଲ୍‌ କରାଯାଇଛି । ପୁଲିସକୁ ଏନେଇ ଖବର ମଧ୍ୟ ଦିଆଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହେବା ସହ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଲାସି ସମୟରେ କଲେଜରୁ କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ବିସ୍ଫୋରଣ ଜିନିଷ ମିଳିନାହିଁ । ଧମକ ନକଲି ବୋଲି କୁହାଯାଉଛି । ପୁଲିସ ସନ୍ଦେହ କରୁଛି, ଏହି ଧମକପୂର୍ଣ୍ଣ ଇମେଲ୍‌ ପଠାଇଥିବା ଭିପିଏନ୍‌ର ବ୍ୟବହାର କରିଛନ୍ତି ।
ଗତ ୫ ଦିନ ମଧ୍ୟରେ ୧୦୦ରୁ ଅଧିକ ସ୍କୁଲ୍‌କୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ଦିଲ୍ଲୀର ସ୍କୁଲ୍‌, କଲେଜ ଓ ହସ୍ପିଟାଲକୁ ବାରମ୍ବାର ବୋମାରେ ଉଡାଇବାକୁ ମିଳୁଥିବା ଧମକ ଗଭୀର ଚିନ୍ତାର ବିଷୟ ସୃଷ୍ଟି କରିଛି । ୨୦ ଅଗଷ୍ଟରେ ଦିଲ୍ଲୀର ୫୦ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍‌ ମିଳିଥିଲା ।

ଦେଶର ସବୁଠାରୁ ଧନୀ ଗଣେଶ : କେଜି କେଜି ସୁନା, ରୁପାରେ ହୁଏ ପ୍ରଭୁଙ୍କ ସାଜସଜ୍ଜା..

୩୦ ଅଗଷ୍ଟରେ ବୁଦ୍ଧାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ ବ୍ୟବସାୟରେ ମିଳିବ ବଡ ଲାଭ, ଖାଲି ମିଳିବ ସଫଳତା..

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories