www.samajalive.in
Saturday, December 6, 2025
15.1 C
Bhubaneswar

ଗୋଟିଏ ପରିବାରର ୫ ଜଣଙ୍କୁ ଆକ୍ରମଣ ; ଥାନା ବାବୁ ଶୁଣିଲେନି, ଏସପିଙ୍କ ପାଖକୁ ଧାଇଁଲେ

ବଲାଙ୍ଗିର : ସାମାନ୍ୟ ବଚସାରୁ ତୁମୁଳକାଣ୍ଡ। ଏନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା। ପରେ ସଂପୃକ୍ତ ପରିବାରର ୫ ଜଣ ସଦସ୍ୟ/ସଦସ୍ୟାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ ହେଲା। ହେଲେ ପୁଲିସ ମାମଲା ରୁଜୁ କରିବାକୁ କୁଣ୍ଠାବୋଧ କରୁଥିବା ବେଳେ ପରେ ଥାନାରେ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। କିନ୍ତୁ ଘଟଣାରେ ସଂପୃକ୍ତ ଆକ୍ରମଣ କରିଥିବା ଯୁବକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ତୁଷୁରା ପୁଲିସ ହାତବାନ୍ଧି ବସିଛି। ଘଟଣାରେ ଦିନ ଗଡୁଥିବା ବେଳେ ଆକ୍ରମଣକାରୀ ଖୋଲା ବୁଲୁଛନ୍ତି। ଏମାମଲାକୁ ରଫାଦଫା କରିବାକୁ ଚାପ ସୃଷ୍ଟି କରାଯାଉଥିବା ବେଳେ ଏହା କରାନଗଲେ ଆଗକୁ ଠିକ ହେବ ନାହିଁ ବୋଲି କୁଆଡେ ଉକ୍ତ ପରିବାର ସଦସ୍ୟମାନଙ୍କୁ ଧମକ ଦିଆଯାଉଛି। ତୁଷୁରା ଥାନା ବାବୁ ଶୁଣିଲେନି ବୋଲି ଏସପିଙ୍କ ପାଖକୁ ଧାଇଁଛନ୍ତି ଉକ୍ତ ପରିବାର।

ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଗୌନ୍ତିଆପଡାର ବାହାଦୁର ସାହୁଙ୍କ ପୁଅ ରବିନ୍ଦ୍ର ସାହୁଙ୍କ ସହ ପ୍ରଭା ସାହୁ ଓ ଅମନ ଜୈନ ନାମକ ଦୁଇ ଯୁବକଙ୍କ ସହ କୌଣସି କାରଣାରୁ ବଚସା ହୋଇଥିଲା। ପରେ ଏହି ଘଟଣା ଉଗ୍ରରୂପ ଧାରଣ କରିଥିଲା। ଉକ୍ତ ଦୁଇ ଯୁବକଙ୍କ ସମେତ ଅନ୍ୟମାନେ ପ୍ରଥମେ ରବିନ୍ଦ୍ରଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ। ଭୟବୀତ ଅବସ୍ଥାରେ ରବିନ୍ଦ୍ର ଲୁଚିଥିବା ବେଳେ ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରୁ ବାଦ ପଡିନଥିଲେ ରବବିନ୍ଦ୍ରଙ୍କ ପରିବାର ଲୋକେ। ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏଥିରେ ବାହାଦୁରଙ୍କ ସ୍ତ୍ରୀଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଝିଅ ଆହତ ହୋଇଥିବା ଜଣାପଡିଛି। ଆଜି ଏସପିଙ୍କ ପାଖକୁ ଗୁହାରୀ କରିବାକୁ ଆସିଥିବା ବେଳେ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏନେଇ ତୁଷୁରା ଥାନା ଅଧିକାରୀ ଯୋଶବନ୍ତ ପ୍ରଧାନୀ ତାଙ୍କ ପ୍ରତିକ୍ରିୟାରେ ଘଟଣାକୁ ଅସ୍ୱୀକାର କରିବା ସହ ଥାନାରେ ତାଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଅନ୍ୟପକ୍ଷ ମଧ୍ୟ ଲିଖିତ ଭାବେ ଅଭିଯୋଗ ଦାଖଲ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories