www.samajalive.in
Sunday, December 7, 2025
15.1 C
Bhubaneswar

ଶ୍ରମିକଙ୍କୁ ମିଳିଲା ହୀରାଠାରୁ ମୂଲ୍ୟବାନ ରତ୍ନ ପଥର; ମାସକରେ ପାଇଲେଣି ୩୮ କୋଟି ଟଙ୍କାର ଦୁର୍ଲଭ ରତ୍ନ

ଡ଼ୋଡ଼ୋମା: କୁହାଯାଏ ଯେତେବେଳେ ଈଶ୍ଵର ଦେବା ପାଇଁ ଇଚ୍ଛା କରନ୍ତି, ସେତେବେଳେ ଛପର ଫାଡ଼ି ଅଜାଡ଼ି ଦିଅନ୍ତି । ତାଞ୍ଜାନିଆରେ ରହୁଥିବା ସୌନିନିଉ ଲୈଜେର ନାମକ ଜଣେ ଶ୍ରମିକଙ୍କ କ୍ଷେତ୍ରରେ ତାହା ଅକ୍ଷରେ ଅକ୍ଷରେ ସତ ସାବ୍ୟସ୍ତ ହୋଇଛି । ସୂଚନା ଅନୁସାରେ ତାଞ୍ଜାନିଆର ଏକ ଖଣିରେ କାମ କରୁଥିବା ସୌନିନିଉ ଖୋଳିବା ବେଳେ ୧୩.୯ ପାଉଣ୍ଡ (୬.୩ କିଲୋ) ଓଜନର ତାଞ୍ଜାନାଇଟ୍ ରତ୍ନ (Tanzanite Gemstones) ତାଙ୍କ ହାତରେ ଲାଗିଥିଲା । ଯାହାକି ବିକ୍ରି କରି ସେ ଭାରତୀୟ ମୁଦ୍ରାରେ ୧୪.୭ କୋଟି ଟଙ୍କା ପାଇଛନ୍ତି । ଏହା ପୂର୍ବରୁ ଜୁନ୍ ୧ ତାରିଖରେ ତାଙ୍କୁ ଆଉ ଏକ ତାଞ୍ଜାନାଇଟ୍ ରତ୍ନ ମିଳିଥିଲା, ଯାହାକୁ ବିକ୍ରି କରି ସେ ୨୩.୫ କୋଟି ଟଙ୍କା ପାଇଥିଲେ ।
ତାଞ୍ଜାନାଇଟ୍ ଜେମଷ୍ଟୋନ କେବଳ ଉତ୍ତର ତାଞ୍ଜାନିଆରେ ମିଳିଥାଏ ଏବଂ ଏହାକୁ ରତ୍ନ ଆଭୂଷଣ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଏହା ପୃଥିବୀର ସବୁଠାରୁ ଦୁର୍ଲଭ ରତ୍ନ ମଧ୍ୟରେ ଗୋଟିଏ ଓ ସ୍ଥାନୀୟ ଭୂବିଜ୍ଞାନୀମାନଙ୍କ ଆକଳନ ଅନୁସାରେ ଏହି ପଥର ପ୍ରାୟ ୨୦ ବର୍ଷ ପରେ ପୃଥିବୀରେ ଆଉ ମିଳିବା ସମ୍ଭାବନା ନାହିଁ ।

୫୨ ବର୍ଷ ବୟସ୍କ ସୌନିନିଉ ଲେଜରଙ୍କୁ ତାଞ୍ଜାନିଆ ଅର୍ଥମନ୍ତ୍ରୀ ଫିଲିପ୍ ମ୍ପେ୍ୟାଗୀ ୪.୮ ବିଲିଅନ ତାଞ୍ଜାନିଆ ସିଲିଂ (୨.୧ ନିୟୁତ ଡ଼ଲାର)ର ଏକ ଡ଼ମି ଚେକ୍ ପ୍ରଦାନ କରାଯାଇଛି । ଏହାକୁ ନେି ସୌନିନିଉ ବେଶ ଖୁସି ଅଛନ୍ତି । ମୋତେ ଯେଉଁ ପରିମାଣର ଅର୍ଥ ପ୍ରଦାନ କରାଯାଇଛି ତାହା ସନ୍ତୋଜନକ ଓ ମୋର କିଛି ଅଭିଯୋଗ ନାହିଁ ବୋଲି ସେ କହିଛନ୍ତି ।

ସୌନିନିଉଙ୍କର ପିଲାପିଲି ସଂଖ୍ୟା ୩୨ । ସରକାରଙ୍କଠାରୁ ପାଇଥିବା ଟଙ୍କାରେ ସେ ଗୋଟିଏ ସ୍କୁଲ ଓ ଏକ ସପିଂ ମଲ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି । ଏତେ ଟଙ୍କା ପାଇବା ପରେ ମଧ୍ୟ ସେ ଯେଉଁ କାମ କରୁଥିଲେ ସେହି କାମ କରିବେ ଓ ପୋଷିଥିବା ୨୦୦୦ ଗାଇଗୋରୁଙ୍କ ଦେଖାଶୁଣା ପୂର୍ବପରି କରିବେ ବୋଲି ସୌନିନିଉ କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories