www.samajalive.in
Saturday, December 6, 2025
19.1 C
Bhubaneswar

ହସ୍ପିଟାଲରେ ଗୁଳି ବର୍ଷଣ; ଆକ୍ରମଣକାରୀଙ୍କ ସମେତ ୪ ମୃତ

ଚିକାଗୋ: ଆମେରିକାର ଚିକାଗୋ ସହରରେ ଥିବା ଏକ ହସ୍ପିଟାଲରେ ଗୁଳିବର୍ଷଣ ହୋଇଛି । ଏଥିରେ ଜଣେ ଆକ୍ରମଣକାରୀଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର, ହସ୍ପିଟାଲର ଜଣେ କର୍ମଚାରୀଙ୍କ ସମେତ ଜଣେ ପୁଲିସ କର୍ମୀ ରହିଛନ୍ତି । ଏହି ଆକ୍ରମଣରେ ହସ୍ପିଟାଲର ଜଣେ କର୍ମୀ ଆହତ ହୋଇଥିବା ଜଣାପଡିଛି । ଏହି ଅଘଟଣାଟି ସୋମବାର ଚିକାଗୋ ସହରର ମର୍ସି ହସ୍ପିଟାଲରେ ଘଟିଛି ।

ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ସେମାନେ ପୂର୍ବରୁ ଜାଣିଥିଲେ । ଆକ୍ରମଣକାରୀଙ୍କ ଗୁଳି ବର୍ଷଣ ଶବ୍ଦରେ ହସ୍ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପକୀୟ ଭୟଭୀତ ହେବା ସହ ହାତ ଉପରକୁ ଟେକି ଦେଇଥିଲେ । ଏହି ସମୟରେ ହସ୍ପିଟାଲରେ ଜଣେ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲରେ ଥିବା ରୋଗୀ ଓ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଆକ୍ରମଣକାରୀଙ୍କ ଗୁଳିରେ ଜଣେ ପୁଲିସ ଅଧିକାରୀଙ୍କ ପ୍ରାଣହାନି ହୋଇଛି । ଗୁଳି ବର୍ଷଣ ସମୟରେ ଜଣେ ଆକ୍ରମଣକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । କିନ୍ତୁ ମୃତ ଆକ୍ରମଣକାରୀଙ୍କ ଦେହରେ ପୁଲିସ ଗୁଳି ବାଜିଛି କିମ୍ବା ଆକ୍ରମଣକାରୀଙ୍କ ଗୁଳି ବାଜି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ମୃତ ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ପୁଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି ।

- Advertisement -

ସେହିପରି କୋଲାରଡୋ ର ଡେନଭରରେ ମଧ୍ୟ ଏଭଳି ଘଟଣା ଘଟିଛି । ରାସ୍ତ ଉପରେ ଆକ୍ରମଣକାରୀମାନେ ଗୁଳି ବର୍ଷଣ କରିଛନ୍ତି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପରେ ଜଣେ ସନ୍ଦିଗ୍ଧ ଆକ୍ରମକାରୀ ଧରାପଡିଥିବା ସୂଚନା ମିଳିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories