www.samajalive.in
Friday, December 12, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀର : ବିଜେପି ନେତାଙ୍କ ଉପରେ ଆକ୍ରମଣ ଓ ହତ୍ୟା ମାମଲା, ହିଜବୁଲର ୩ ସହଯୋଗୀ ଗିରଫ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଗନ୍ଦରବଲ ଜିଲ୍ଲାର ନୁନର ଅଞ୍ଚଳରେ ବିଜେପି ନେତାଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ୩ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଡାକ୍ତରଖାନା ଏବଂ ବ୍ୟାଙ୍କଗୁଡିକରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହି ଆକ୍ରମଣ କରିଥିଲେ। ଗତ ଅକ୍ଟୋବର ୬ ତାରିଖରେ ନୁନର ଗନ୍ଦରବଲରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ଗୁଲାମ କାଦିରଙ୍କ ଉପରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ତଥା ତ୍ରାସ ନିବାସୀ ଶବୀର ଅହମ୍ମଦ ସାମିଲ ଥିଲା। ଯାହାକୁ ସୁରକ୍ଷା କର୍ମୀମାନେ ଘଟଣା ସ୍ଥଳରୁ ଧରିଥିଲେ। ତେବେ ଏହି ଆକ୍ରମଣରେ ଜଣେ କନଷ୍ଟେବଳ ମହମ୍ମଦ ଅଲତାଫ ମଧ୍ୟ ଶହୀଦ ହୋଇଥିଲେ।
ଆକ୍ରମଣ ପରଠାରୁ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନ ବେଳେ, ଗନ୍ଦରବଲରୁ କୈସର ଅହମ୍ମଦ ଶେଖଙ୍କ ବିଷୟରେ ପୁଲିସ ନିର୍ଭରଯୋଗ୍ୟ ସୂତ୍ରରୁ ତଥ୍ୟ ପାଇଥିଲା। ସେ ଏକ ଡାକ୍ତରଖାନାରେ ସୁରକ୍ଷାକର୍ମୀ ଭାବରେ ନିୟୋଜିତ ହୋଇଥିଲା। ଯେତେବେଳେ ତାଙ୍କୁ ପଚରାଉଚରା କରାଯାଇଥିଲା, ସେତେବେଳେ ସେ ପୁଲିସକୁ ଚକମା ଦେବାକୁ ପ୍ରୟାସ କରିଥିଲା, କିନ୍ତୁ ଶେଷରେ, ସେ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ ବୋଲି ସ୍ୱୀକାର କରିଛି । ସେ ବିଜେପି ନେତାଙ୍କ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସାମିଲ ହୋଇଥିଲା।

ପୋଲିସ ତାକୁ ଗିରଫ କରିବା ସହ ​​ ତା’ ନିକଟରୁ ଏକ ପିସ୍ତଲ, ତିନି ରାଉଣ୍ଡ ଗୁଳି ଓ ପାକିସ୍ତାନ ପତାକା ଜବତ କରିଥିଲା। ପୁଲିସ କହିଛି ଯେ ଏହି ଆକ୍ରମଣରେ ତା’ର ଆଉ ଦୁଇ ସହଯୋଗୀ ଥିବା କହିଛି। କଙ୍ଗନ ବାସିନ୍ଦା ହିଲାଲ ଅହମ୍ମଦ ମୀର  ଏବଂ ଗନ୍ଦରବଲର ବାସିନ୍ଦା ଆସିଫ ଅହମ୍ମଦ ମୀର ଯିଏକି ଏକ ଘରୋଇ ସୁରକ୍ଷା କମ୍ପାନୀରେ  ଭାବରେ କାର୍ଯ୍ୟ କରୁଛି ତାକୁ ମଧ୍ୟ ପୁଲିସ ଗିରଫ କରିଛି।

- Advertisement -

ଗିରଫ ହୋଇଥିବା ଏହି ଦୁଇ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୁଲିସ ଘଟଣା ସ୍ଥଳକୁ ନେଇ ପିସ୍ତଲ, ଗୁଳି, ଦୁଇଟି ଡିଟୋନେଟର, ପାକିସ୍ଥାନ ପତାକା ଏବଂ ଅନ୍ୟାନ୍ୟ ବିପଜ୍ଜନକ ସାମଗ୍ରୀ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ତିନିଜଣ ଦକ୍ଷିଣ କାଶ୍ମୀରରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରିଥିଲେ। ଏହି ତିନିଜଣଙ୍କୁ ସ୍ଥାନୀୟ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ତାଲିକା ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ସଂଗଠନରେ ସକ୍ରିୟ ସଦସ୍ୟ ଭାବରେ ଯୋଗଦେବା ପୂର୍ବରୁ ସେମାନଙ୍କୁ ଆକ୍ରମଣ କରିବା ଏବଂ ହତ୍ୟା କରିବା ଦାୟିତ୍ବ ଦିଆଯାଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ମାମଲାରେ ଅଧିକ ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ପୁଲିସ କହିଛି।

ସୂଚନା ଯୋଗ୍ୟ ଗତ ୩୦ ତାରିଖରେ ଲସ୍କର-ଇ-ତୋଇବା ଆତଙ୍କବାଦୀମାନେ ୩ ଜଣ ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories