ମା’ ହେଲେ ବଲିଉଡ ଅଭିନେତ୍ରୀ ଅମୃତା ରାଓ
ୱେଲିଙ୍ଗଟନ୍ : ବଲିଉଡ ଅଭିନେତ୍ରୀ ଅମୃତା ରାଓ ଗତକାଲି(ରବିବାର) ମାତୃତ୍ୱ ଲାଭ କରିଛନ୍ତି। ଅମୃତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବେ ଉଭୟ ଅମୃତା ଓ ତାଙ୍କ ନବଜାତ ପୁଅ ସୁସ୍ଥ ଥିବା ସୂଚନା ମିଳିଛି।
ବଲିଉଡର ସୁପରହିଟ୍ ଚଳଚ୍ଚିତ୍ର ‘ବିବାହ’ର ଅଭିନେତ୍ରୀ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଶେଷରେ ୨୦୧୬ରେ ରେଡିଓ ଜକି ଅନମୋଲ୍ଙ୍କୁ ସେ ବିବାହ କରିଥିଲେ। ପରେ କ୍ୟାରିୟରରୁ କିଛି ସମୟ ପାଇଁ ସେ ବିରତି ନେଇଥିଲେ। ସିନେଜଗତରେ କ୍ୟାରିୟର ଆରମ୍ଭ ଦିନରୁ ନିଜ ବ୍ୟକ୍ତିଗତ ଜୀବନକୁ ସେ ଗଣମାଧ୍ୟମ ନିକଟରୁ ଦୂରେଇ ରଖିବାକୁ ପସନ୍ଦ କରୁଥିଲେ। ବର୍ଣ୍ଣାଢ୍ୟ ବିବାହ କରିଥିଲେ ସତ କିନ୍ତୁ ହାତଗଣତି କେତେଜଣ ଘନିଷ୍ଠ ଲୋକ ଓ ପରିବାର ସଦସ୍ୟ ହିଁ ଉପସ୍ଥିତ ଥିଲେ। ଗର୍ଭବତୀ ଥିବା ଅମୃତା ଏଇ ଖୁସି ଖବରକୁ ମଧ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରଖିଥିଲେ। ନିକଟରେ ଏକ ଚିକିତ୍ସାଳୟକୁ ଯିବା ସମୟରେ ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ସେ ଆସିଥିଲେ। ପରେ ଖବରଟି ପ୍ରଚାର ହୋଇଥିଲା।
Comments are closed.