ଛାତ୍ରଙ୍କୁ ଛୁରାମାଡ ଅଭିଯୋଗ

0

କେନ୍ଦୁଝର : ଯୋଡା ବସଷ୍ଟାଣ୍ଡରେ ଜଣେ ସ୍କୁଲ ଛାତ୍ରଙ୍କୁ ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି। ଛାତ୍ରଙ୍କ ପିଠି ଓ କାନରେ କ୍ଷତ ହୋଇଛି। ତାଙ୍କୁ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଛାତ୍ର ଜଣକ ବଡବିଲ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଅଟନ୍ତି। ସେ ସ୍କୁଲ ଯିବା ପାଇଁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନେଇଥିଲା। ଛାତ୍ର ଜଣକ ମୋବାଇଲ ମାଗିବାରୁ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା।

Leave A Reply