www.samajalive.in
Sunday, December 14, 2025
19.1 C
Bhubaneswar

ଶୀତର ଲହରିରେ ଅତାବିରା, ବୟସ୍କଙ୍କ ପାଇଁ ସାଜିଛି କାଳ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅଞ୍ଚଳଟି ଜଳସେଚିତ ଅଞ୍ଚଳ ହୋଇଥିବାରୁ ଏବେ କେନାଲ ପାଣି ଛଡାଯିବ ପରେ ଶୀତର ପରିମାଣ ଆହୁରି ବଢ଼ି ଚାଲିଛି। ପ୍ରାୟ ସାତ ଦିନ ହେଲା ସକାଳୁ ଘନ କୁହୁଡି ପଡୁଥିବା ବେଳେ ସିତ ଲହରୀ ଛାତି ଥରାଇ ଦେଉଛି। ସାଧାରଣ ଲୋକେ ତଥା ଗ୍ରାମାଞ୍ଚଳର ଛୋଟ ବଡ଼ ସମସ୍ତେ ସକାଳେ ଓ ସନ୍ଧ୍ୟାରେ ରାସ୍ତା କଡ଼ରେ ଓ ଗାଁ ମାନଙ୍କରେ ନିଆଁ ପୋଇଁ ହେଉଥିବା ଦେଖିବାକୁ ମିଳୁଛି। ପନିପରିବା ଚାଷୀମାନେ ରାତି ୨ ଟା ରୁ ଆସି ବେପାରୀଙ୍କୁ ପନିପରିବା ଯୋଗାଉଥିବା ଅତି କଷ୍ଟକର ହୋଇପଡିଛି। ତେଣୁ ଏବେ ୨ଟା ପରିବର୍ତ୍ତେ ସକାଳ ୫ଟାରେ ଆସୁଥିବା ଦେଖିବାକୁ ମିଳୁଛି। ପାଣିକୁ ଦେଖିଲେ ଭୟ ଲାଗୁଛି। ଶରୀରରେ ଉଷ୍ମତା ଆଣିବା ପାଇଁ ଲୋକେ ବ୍ୟାୟାମ ଓ ମର୍ଣିଂ ୱାକ କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଶୀତରୁ ରକ୍ଷା ପାଇବା ନିମନ୍ତେ ଏବେ ବଜାରରେ ଶୀତ ବସ୍ତ୍ରର ଦୋକାନ ବଢ଼ିବାକୁ ଲାଗିଛି ଓ ବେଶ୍ ଭିଡ ଜମୁଥିବା ଦେଖିବାକୁ ମିଳୁଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ପ୍ରତି ମଧ୍ୟ ଭୟ ସୃଷ୍ଟି ହେଉଛି। ସକାଳ ୭ଟା ରୁ ୭ଟା ୩୦ଯାଏଁ ରହୁଛି ଯାହା ଫଳରେ ଗାଡ଼ି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ତଥା ବାରବୁଲା ଲୋକ ଓ ରାସ୍ତା କଡ଼ରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ଶୀତ ଶତ୍ରୁ ପାଲଟିଛି। ଅନୁରୂପ ଭାବେ ସକାଳେ ଓ ସନ୍ଧ୍ୟାରେ ଚା ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ପ୍ରବଳ ଭାବରେ ଜମି ରହୁଛି। ଥଣ୍ଡା ଯୋଗୁଁ ସନ୍ଧ୍ୟା ପରେ ରାସ୍ତା କଡ଼ ଶୁନଶାନ୍ ହେଇଯାଉଛି। ବୟସ୍କ ଓ ବୃଦ୍ଧ ଲୋକ ମାନେ ତଥା ଆଜମା ରୋଗୀଙ୍କ ପାଇଁ ଏହି ଶୀତର ଲହରୀ କାଳ ସାଜିଛି। ଏବେ ବିଶେଷଜ୍ଞଙ୍କ ଦ୍ଵାରା ପ୍ରକାଶିତ ହେଉଛି ଯେ କରୋନାର ଦ୍ଵିତୀୟ ଲହରୀ ଅଧିକ ବିପଦ ଆଣିବ। ତେବେ ଏହି ଛାତି ଥରା ଶୀତ ଯୋଗୁଁ ଓ ଲୋକଙ୍କ ଅବହେଳା ଦେଖି କରୋନା ସଂକ୍ରମଣର ଭୟ ମଧ୍ୟ ବଢ଼ିବାରେ ଲାଗିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories