www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ଝରିଣୀର ନବମ ବାର୍ଷିକ ସାରସ୍ୱତ ସମାରୋହ

କଂଟାବାଞ୍ଜି : ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ନବମ ବାର୍ଷିକ ସାରସ୍ୱତ ସମାରୋହ କରୋନା ନିର୍ଦ୍ଦେଶ କୁ ଅନୁସରଣ କରି ସ୍ଥାନୀୟ ଶ୍ରୀ ହରିଭବନରେ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ଅଧିବେଶନରେ ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଜିତ କୁମାର ଯୋଷୀ, ରାଜ୍ୟ ସମ୍ପାଦକ, ଯୁବ ବିଜୁ ଜନତା ଦଳ, ମୁଖ୍ୟ ଅତିଥି  ଶ୍ରଦ୍ଧାଦେବ ବଡମାଳୀ, ରେନ୍‍ଜର, ମୁଖ୍ୟ ବକ୍ତା  ଗୌରାଙ୍ଗ ରାଉତ, ପରିବେଶ ବିତ୍ତ, ଦେବେର୍ନ୍ଦ ନାଏକ, ପ୍ରସାଦ ନାୟକ, ସମ୍ମାନିତ ଅତିଥି, ସଂପାଦକ ବିରଂଚିନାରାୟଣ ଦାଶ ମଂଚାସୀନ ଥିଲେ। ସର୍ବ ପ୍ରଥମେ ମଂଚରେ ମାଁ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ବୃକ୍ଷ ପୂଜା ଅତିଥି ମାନେ କରିଥିଲେ। ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ସଭ୍ୟ ସମ୍ବାରୁ ସାହୁଙ୍କ ସ୍ମୃତି ଚାରଣ କରିଥିଲେ।

ସ୍ୱାଗତ ଭାଷଣ ସମ୍ପାଦକ ବିରଂଚି ନାରାୟଣ ଦାଶ ଦେବା ପରେ ପେନ ଏକାଡେମୀ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ତାପରେ ସବିତା ଭୋଇ, ସଂଜୁକ୍ତା ପରିଚ୍ଛା, ସବିତା ମହରା ଓ ଉତ୍ତମ କୁମାର ଦାଶଙ୍କ ସଂଯୋଜନା ରେ ବହୁଭାଷୀ କରିବା ପାଠ-ଲେଖନୀରେ ସବୁଜ ବନାନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁନିଗୁଡା, ବରଗଡ, ଅନୁଗୋଳ, ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, ଲାଠୋର ସିନେ୍ଧକେଲା ଓ କଂଟାବାଞ୍ଜି ର ଶତାଧିକ କବି କବିତା ପାଠ କରିଥିଲେ। ବିଭୁଦତ୍ତ ସାହୁ ମଂଚ ପରିଚଳନା ଓ ଅଞ୍ଜଳୀ ମାଝୀ ସହ ସଂପାଦିକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସନ୍ତୋଷ ସିଂ ସାଲୁଜା ବିଧାୟକ, କଂଟାବାଞ୍ଜି ମୁଖ୍ୟ ଅତିଥି, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ମୁଖ୍ୟବକ୍ତା ଶ୍ରୀ ଶ୍ରୀରଙ୍ଗ ନାୟକ, ଗଜାନନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁ ସାହିତ୍ୟିକା ସବିତା ଭୋଇଙ୍କ କବିତା ସଂକଳନ ‘ଗୀତ ଗଜରା ମହକ ଝରା’ ଉନ୍ମୋଚିତ ହୋଇଥିଲା।

- Advertisement -

ଆଲୋଚନା ଚକ୍ର କରୋନା କାଳରେ ସାହିତ୍ୟର ସ୍ଥିତି ଉପରେ ଅଲୋଚନା କରିଥିଲେ। ବିଭିନ୍ନ ଦିଗରେ ପାରଦର୍ଶିତା ଥିବା ପ୍ରତିଭା ଧାରୀଙ୍କୁ  ଘାସିରାମ ମିଶ୍ର, ଅଶ୍ୱିନୀ ମହାନ୍ତି, ଡ.ରବିନାରାୟଣ ସାହୁ, ପ୍ରଦାପ ଦ୍ୱବେଦୀ, ଟିକେଲାଲ ବେହେରା, ସାଧବୀ ସାହୁ, ଧୀରାମଣି ସାଦ, ଅଞ୍ଜଳି ମାଝୀ, ଗଜେନ୍ଦ୍ର ବାଗ, ରାଜ କିଶୋର ଭୋଇ ନିରୁପମା ମିଶ୍ର, ସୁରୁଚି ମିଶ୍ର, ରମେଶ କୁମାର ବାରିକ, ଉମେଶ କୁମାର ବେହେରା, ଶ୍ୟାମ ସୁନ୍ଦର ଗୁରୁ ଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀ ଦାଶ, ମମତା ପଣ୍ଡା, ରବି ନାରାୟଣ ମିଶ୍ର, ରବିନାରାୟାଣ ତ୍ରିପାଠୀ, ସଂଜୟ ମିଶ୍ର, ବ୍ରଜଶ୍ୟାମ ଗୁରୁ, ଟିଙ୍କୁ ମହାପାତ୍ର, ମନୋଜ ଦାସ ଆଦି ସହଯୋଗ କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories