www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଶାସନିକ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହେଲା ଅଟ୍ରି ମକର ମହୋତ୍ସବ -୨୦୨୧

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଂଚାୟତର ଅଟ୍ରି ଉଷ୍ମ ପ୍ରସ୍ରବଣ ଠାରେ ହଟକେଶ୍ୱର ମକର ମହୋତ୍ସବ ଦୀର୍ଘ ୪ ବର୍ଷ ଧରି ବହୁ ଆଡମ୍ବରରେ ଚାଲି ଆସୁଥିଲା । କିନ୍ତୁ ଚଳିତ ବର୍ଷ ଏହି ମହୋତ୍ସବ ୫ମ ବର୍ଷରେ ପାଦ ଥାପି ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କରୋନା ପାଇଁ ସରକାର ପ୍ରଣୟନ କରିଥିବା ଗାଇଡ଼ ଲାଇନ ଏଥିରେ ବାଧକ ସାଜିଥିଲା । ଫଳରେ ମହୋତ୍ସବ କମିଟି ପ୍ରଶାସନିକ କଟକଣାକୁ ସମ୍ମାନ ଜଣାଇ ବିଧି ବ୍ୟବସ୍ଥା ରକ୍ଷା କରିବା ପାଇଁ ପ୍ରତିକାତ୍ମମ ଏବଂ ନିରାଡ଼ମ୍ବର ଭାବେ ମହୋତ୍ସବ ପାଳନ କରିବା ଓ ମେଳାରେ ଦୋକାନ ବଜାର ନ ବସିବା ପାଇଁ ନିଷ୍ପତ୍ତି ନେଇଥିଲା । ପୂର୍ବ ବର୍ଷରେ ଏହି ମହୋତ୍ସବ ୭ ଦିନ ବ୍ୟାପି ଧୁମ ଧାମରେ ଚାଲୁଥିବାବେଳେ ଏବଂ ଏଠାରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେଉଥିବାବେଳେ ଆଜି ଅପରାହ୍ନରେ ପ୍ରତିକାତ୍ମମ ଭାବରେ ଏକ ସାଧାରଣ ସଭା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଏକ ଘଣ୍ଟା ମଧ୍ୟରେ ମହୋତ୍ସବ ଉଦଯାପନ କରାଯାଇଥିଲା ।

ମହୋତ୍ସବ କମିଟିର ଆବାହକ ତଥା ଆଜି ସଭାର ମୁଖ୍ୟ ଅତିଥି ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିଦ୍ ଭଗବାନ ପଣ୍ଡା ଅଧ୍ୟକ୍ଷତା କରି ମଞ୍ଚ ପରିଚାଳନା କରିଥିଲେ । ଡ଼ଃ ଗଣେଶ୍ୱର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ,ବି ଡି ଓ ରତିକାନ୍ତ ମିଶ୍ର ,ବାଘମାରୀ ଥାନା ଆଇ ଆଇ ସି ପ୍ରଣୀତା ପଟନାୟକ ,ବ୍ଲକ ଅଧ୍ୟକ୍ଷ ଜାନକୀ ସ୍ୱାଇଁ ,ଉପାଧକ୍ଷ୍ୟା ତନୁଜା ପଟଶାଣୀ ,ରାଜକିଶୋର ପାଣିଗ୍ରାହୀ ,ସତ୍ୟନାରାୟଣ ପ୍ରଧାନ ,ଅନାଦି ସାହୁ ,ଶ୍ରୀନିବାସ ପାଇକରାୟ ,ଜାଗେଶ୍ୱର ମାଝୀ , ଶିବପ୍ରସକ୍ଷଦ ଦାସ ,ଅର୍ଜୁନ ପ୍ରଧାନ ଦିଲ୍ଲୀପ ମହାଭୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମହୋତ୍ସବ କମିଟିର ସମ୍ପାଦକ ତଥା ଏବିଇଓ ଦିଲ୍ଲୀପ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବେଗୁନିଆ ଡାକ୍ତରଖାନାର ଡାକ୍ତର ରାଜକିଶୋର ପଣ୍ଡା ,ବାଘମାରୀ ଥାନା ଆଇ ଆଇ ସି ପ୍ରଣୀତକ୍ଷ ପଟନାୟକ ,ପ୍ରକୃତିବନ୍ଧୁ ବିଶ୍ୱନାଥ ମାର୍ଥକ୍ଷ ,ଶିକ୍ଷାବିଦ୍ ବୀରକିଶୋର ପଣ୍ଡା , ,କୃଷ୍ଣଚନ୍ଦ୍ର ପଣ୍ଡା ,କୃଷିକ୍ଷେତ୍ରରେ କଣ୍ଡୁରୀ ଜୟସିଂ ,ପାଲା ଗାୟକ ଗଗନ ବିହାରୀ ମହାପାତ୍ର ,ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ,ଗୋ ସେବାରେ ସୁକଲ୍ୟାଣି ମହାଭୋଇ ,ଉଦ୍ୟାନ କୃଷି ପାଇଁ ବୁଲୁଚନ୍ଦ୍ର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇ ମହୋତ୍ସବ ଉଦଯାପନ କରାଯାଇଥିଲା । ଶେଷରେ ରାଜକିଶୋର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories