Patra electronics

ମହଙ୍ଗା ହେବ ଏଟିଏମ୍‍ ସେବା

0

ମୁମ୍ବଇ: ଏଣିକି ଏଟିଏମ୍‍ ବ୍ୟବହାର ପାଇଁ ଗ୍ରାହକଙ୍କୁ ଅଧିକ ସେବା ବାବଦ ଦେୟ ଦେବାକୁ ପଡ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଗାଇଡ୍‍ ଲାଇନ୍‍ ଆଧାରରେ ଏଟିଏମ୍‍ ପରିଚାଳନା ସଂସ୍ଥାମାନେ ଏଟିଏମ୍‍ ସେବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଏହି ଖର୍ଚ୍ଚକୁ ସେମାନେ ବ୍ୟାଙ୍କ ଜରିଆରେ ଗ୍ରାହକଙ୍କ ମୁଣ୍ଡ ଉପରେ ଲଦି ଦେବେ। ପ୍ରଚଳିତ ନିୟମ ଆଧାରରେ ଇଣ୍ଟରବ୍ୟାଙ୍କ ଏଟିଏମ୍‍ ଟ୍ରାଞ୍ଜାକସନ୍‍ (ଭିନ୍ନ ବ୍ୟାଙ୍କର ଏଟିଏମ୍‍) ବ୍ୟବହାର ପାଇଁ ଗୋଟିଏ ବ୍ୟାଙ୍କ ଅନ୍ୟ ବ୍ୟାଙ୍କକୁ ସେବା ବାବଦ ଦେୟ ପ୍ରଦାନ କରୁଛନ୍ତି। ୫ କିମ୍ବା ୩ଥର ପର୍ଯ୍ୟନ୍ତ ହେଉଥିବା କାରବାର ପାଇଁ ପ୍ରତିଥର ଟଙ୍କା ଉଠାଣ କିମ୍ବା ଜମା ପାଇଁ ୧୫ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବଂ ବାଲାନ୍ସ ଚେକ୍‍, ମନି ଟ୍ରାନ୍ସଫର ଓ ଅନ୍ୟାନ୍ୟ ସେବା ପାଇଁ ଥରକ ପିଛା ୫ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଛି। ସର୍ବାଧିକ ୫ଟି କିମ୍ବା ୩ଟି ଟ୍ରାଞ୍ଜାକସନ୍‍ ପରେ ଗ୍ରାହକଙ୍କଠାରୁ ଏହି ଦେୟ ମୂଲ୍ୟ ଆଦାୟ କରାଯାଉଛି। ଏଟିଏମ୍‍ ସେବା ପ୍ରଦାନକାରୀ ସଂସ୍ଥାମାନେ ବ୍ୟବହାର କରୁଥିବା ନଗଦ ପରିବହନ ଗାଡ଼ିରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଆରବିଆଇ ନିର୍ଦେଶ ଦେଇଛି। ଏହାଦ୍ୱାରା ଖର୍ଚ୍ଚ ବୃଦ୍ଧି ପାଇବ ବୋଲି ସଂସ୍ଥାମାନେ କହିଛନ୍ତି। ଏଟିଏମ୍‍ ଶିଳ୍ପ ସଂଘର ଦାବି ଅନୁଯାୟୀ ପ୍ରତି ଏହି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପରେ ଟ୍ରାଞ୍ଜାକସନ୍‍ ପିଛା ଖର୍ଚ୍ଚ ୩ ଟଙ୍କା କିମ୍ବା ୫ ଟଙ୍କା ବଢ଼ିପାରେ। ଏହି ବର୍ଦ୍ଧିତ ଖର୍ଚ୍ଚକୁ ସେମାନେ ସମ୍ପୃକ୍ତ ବ୍ୟାଙ୍କଠାରୁ ଆଦାୟ କରିବାକୁ ଚିନ୍ତା କରୁଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ବ୍ୟାଙ୍କମାନେ ଏହି ବୋଝକୁ ଗ୍ରାହକଙ୍କ ଉପରେ ଲଦି ଦେବେ।

Leave A Reply