www.samajalive.in
Sunday, December 7, 2025
18.1 C
Bhubaneswar

ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ ବିଫଳ ; ଥାନାରେ ଅଭିଯୋଗ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ତୁରୁମୁଙ୍ଗା ବଜାରର ସାହୁ କମ୍ପ୍ଲେକ୍ସ ରେ ଥିବା ଏସବିଆଇ ଏଟିଏମ୍ ଟିକୁ ରବିବାର ବିଳମ୍ବିତ ରାତିରେ କୈାଣସି ଦୁବୃର୍ତ୍ତ ଭାଙ୍ଗି ଟଙ୍କା ଲୁଟ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ଏଟିଏମ୍ ଟିକୁ ଭାଙ୍ଗି ଦେଇଥିଲେ ମଧ୍ୟ ଟଙ୍କା ନେଇ ପାରିନଥିବା ଜଣାପଡ଼ିଛି । ସମ୍ଭବତଃ ଏଟିଏମ୍ ଭାଙ୍ଗିଲା ବେଳେ ସର୍ଟସର୍କିଟ ହୋଇ ନିଆଁ ବାହାରିବାରୁ ପ୍ଲାସ ପେଞ୍ଚକସ ଛାଡ଼ି ଦୁର୍ବୃତ୍ତ ପଳେଇଯାଇଛି। ସକାଳୁ କିଛି ଲୋକ ଏଟିଏମ୍ କୁ ଟଙ୍କା ଉଠାଇବାକୁ ଆସି ଏଟିଏମ୍ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଏସବିଆଇ ବ୍ୟାଙ୍କ ପକ୍ଷରୁ ତୁରୁମୁଙ୍ଗା ଥାନା ରେ ଅଭିଯୋଗ ହୋଇଛି । ତୁରୁମୁଙ୍ଗା ଆରକ୍ଷୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories