www.samajalive.in
Saturday, December 6, 2025
19.1 C
Bhubaneswar

ରଥଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଆଠଗଡ: ପବିତ୍ର ରଥଯାତ୍ରା ନିମନ୍ତେ ଶୁକ୍ରବାର ଆଠଗଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ପ୍ରଥମେ ବିଗତ ବର୍ଷ ରଥଯାତ୍ରାର ବିସ୍ତୃତ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଜୁନ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖ ମଧ୍ୟରେ ଶେଷ ହେବ । ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ କାରିଗର ମାନଙ୍କ ଦ୍ୱାରା ଏହାର ନିର୍ମାଣ ସମାପ୍ତି କାର୍ଯ୍ୟକୁ ତନଖି କରିବାକୁ ସଂପୃକ୍ତ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ତାରିଖରେ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ନେତ୍ରୋତ୍ସବ ଓ ନବଯୌବନ ବେଶ ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ଅର୍ଥାତ ଜୁଲାଇ ୭ ତାରିଖରେ ପଡୁଥିବାରୁ ଶ୍ରୀଜୀଉଙ୍କର ସମସ୍ତ ପାରମ୍ପରିକ ନୀତିକାନ୍ତି କିପରି ସଠିକ ସମୟରେ ଶେଷ କରି ଅପରାହ୍ନ ୪ଟା ସୁଦ୍ଧା ଶ୍ରୀଜୀଉଙ୍କୁ ରଥାରୂଢ କରାଇ ରଥଟଣା ହୋଇ ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ ସେ ନେଇ ଗୁରୁତ୍ଵାରୋପ କରାଯାଇଥିଲା । ୧୧ରେ ହେରା ପଞ୍ଚମୀ, ବାହୁଡା ଯାତ୍ରା ୧୫ ତାରିଖ, ସୁନାବେଶ ୧୭ତାରିଖ ଏବଂ ନିଳାଦ୍ରୀ ବିଜେ ଜୁଲାଇ ୧୯ ତାରିଖରେ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ରଥଯାତ୍ରା ଉପଲକ୍ଷେ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ, ପରିମଳ ବ୍ୟବସ୍ଥା, ରଥ ଖଳା ଓ ବଡଦାଣ୍ଡ ପରିଷ୍କାର ପରିଚ୍ଛନ୍ନତା, ବିଦ୍ୟୁତ ସରବରାହ ଓ ଆଲୋକିକରଣ , ଆଶୁଚିକିତ୍ସା, ଯାନବାହାନ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ସୂଚନା କେନ୍ଦ୍ର ଇତ୍ୟାଦି କିପରି ସୁଚାରୁ ରୁପେ ହୋଇପାରିବ ତାହା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories