www.samajalive.in
Tuesday, December 9, 2025
15.1 C
Bhubaneswar

ଆଠଗଡ କଲେଜରେ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସମ୍ପର୍କିତ ଏକ ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଏନସିସି, ସ୍କାଉଟ ଓ ଗାଇଡ, ଏନଏସଏସ ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏହାକୁ ଉଦଘାଟନ କରିଥିବାବେଳେ ଏଥିରେ ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡର ଉପକମିଶନର ତଥା ଦୁଃସାହସିକ କମିଟିର ଅଧ୍ୟକ୍ଷ ସ୍ଵାଧୀନ ପଣ୍ଡା ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇଥିଲେ ।

୪୭୭ କିମି ସାମୁଦ୍ରିକ ବେଳାଭୂମି ଏବଂ ନଦନଦୀ ରହିଥିବାରୁ ଓଡିଶା ରାଜ୍ୟରେ ବାତ୍ୟା ଓ ବନ୍ୟା ପରି  ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ବିପଦ ସୃଷ୍ଟି କରୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ଯୁବଗୋଷ୍ଠୀଙ୍କ ପାଇଁ ତାଲିମର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏହିପରି ପାକୃତିକ ବିପର୍ଯ୍ୟୟ ବେଳେ ଲୋକମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଧନଜୀବନ କିପରି ରକ୍ଷା କରାଯାଇପାରିବ ସେ କୌଶଳ ବିଷୟରେ ଶ୍ରୀ ପଣ୍ଡା ଶତାଧିକ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ ।

- Advertisement -

ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ ଡଃ ପ୍ରତାପ କେଶରୀ ଖାଟୋଇ ଉଦବୋଧନ ଦେଇ ଏହି ତାଲିମ ଦ୍ବାରା ଛାତ୍ରଛାତ୍ରୀମାନେ ବିପର୍ଯ୍ୟୟ ପ୍ରଶମନ ଓ ନିଜ ଅଞ୍ଚଳରେ ଧନଜୀବନ ସୁରକ୍ଷା ଦିଗରେ ସହଯୋଗ କରିପାରିବେ ବୋଲି ମତପ୍ରକାଶ କରିଥିଲେ । ସ୍କାଉଟ ଓ ଗାଇଡର ଅଧିକାରୀ ଡଃ ସୁରେଖା ଦାସ, ଶୁଭଦର୍ଶନ ମହାପାତ୍ର, ପ୍ରଜ୍ଞା ପ୍ରିୟଦର୍ଶିନୀ, ଏନସିସି ଅଧିକାରୀ ସୌମ୍ୟକାନ୍ତ ସେନାପତି, ଏନଏସଏସ ଅଧିକାରୀ ଡଃ ଚିତ୍ରସେନ ରାଉତ, ଶ୍ରୀମନ୍ତିନୀ ଦାସ, ବିଷ୍ଣୁପ୍ରିୟା ପଣ୍ଡା, ଯୁବ ରେଡକ୍ରସ ଅଧିକାରୀ ଡଃ ଗାୟତ୍ରୀ ତ୍ରିପାଠୀ ଓ ଡଃ ଦିବ୍ୟଜ୍ୟୋତି ସାମନ୍ତରାୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories