www.samajalive.in
Wednesday, December 10, 2025
23.1 C
Bhubaneswar

ପୁଲିସ ଦ୍ବାରା ବେଆଇନ ବାଣ ଜବତ

ଆଠଗଡ: ଆଠଗଡ ପୁଲିସ ପକ୍ଷରୁ ବେଆଇନ ଭାବେ ଚାଲାଣ ହେଉଥିବା ବହୁ ପରିମାଣରେ ବାଣ ଜବତ କରାଯାଇଥିବା ଜଣାପଡିଛି । ଦୀପାବଳିକୁ ଦୃଷ୍ଟିରେ ରଖି ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଉପନିରୀକ୍ଷକ ସମ୍ଭୁତି ପଣ୍ଡାଙ୍କ ସମେତ ଅନ୍ଯ ପୁଲିସ କର୍ମଚାରୀ ଯାଞ୍ଚ କରୁଥିବା ସମୟରେ ଆଠଗଡ-ଧବଳେଶ୍ଵର ରାସ୍ତାର ସହର ମଧ୍ଯସ୍ଥ କନ୍ତୋଲଠାରେ ଏକ ସ୍କୁଟି ସହ ଚାଲାଣ ହେଉଥିବା ବାଣ ଜବତ କରିଥିଲେ ।

କଟକ ଜିଲାର ଟାଙ୍ଗି କୋଟସାହିର ବିକ୍ରମ ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି(୩୩) ପୁରୁଣା ତିଗିରିଆରୁ ଏହି ବାଣ ନେଇ ଟାଙ୍ଗି ଯାଉଥିଲେ । ଜବତ ବାଣର ଆନୁମାନିକ ମୂଲ୍ଯ ୮-୧୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ବାଣ ଚାଲାଣ କରୁଥିବା ସୁନିଲ ମହାନ୍ତିଙ୍କୁ ଥାନାରେ ଅଟକ ରଖାଯିବା ସହ ପୁଲିସ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories