www.samajalive.in
Wednesday, December 10, 2025
26.1 C
Bhubaneswar

ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ ନିଶାସକ୍ତ ଯୁବକ, ଭିଡିଓ ଭାଇରାଲ

ହାଇଦ୍ରାବାଦ : ହାଇଦ୍ରାବାଦରେ ଶନିବାର ସନ୍ଧ୍ୟାରେ ଏକ ପେଟ୍ରୋଲ ପମ୍ପରେ ଜଣେ ନିଶାସକ୍ତ ଯୁବକ ନିଆଁ ଲଗାଇ ଦେଇଛନ୍ତି । ଅଭିଯୁକ୍ତ ଯୁବକର ନାଁ ଚିରଣ । କୁହାଯାଉଛି କି ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ହାତରେ ଏକ ସିଗାରେଟ୍ ଧରି ପେଟ୍ରୋଲପମ୍ପକୁ ଚାଲିଆସିଲେ ।

ପେଟ୍ରୋଲ ପମ୍ପରେ ସେ ଲାଇଟର ଜଳାଇବାକୁ ବାହାରିଲେ । ଏହି ସମୟରେ ଜଣେ ପେଟ୍ରୋଲପମ୍ପ କର୍ମଚାରୀ ତାଙ୍କୁ ବାରଣ କଲେ । କିନ୍ତୁ ସେ ଜିଦ୍ କରି ଲାଇଟର ଜଳାଇଲେ । ଏହା ପରେ ସେଠାରେ ଅଗ୍ନିକାଣ୍ଡ ଘଟିଗଲା । ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

- Advertisement -

ଏହି ସମୟରେ ସେଠାରେ ପ୍ରାୟ ୧୦-୧୨ ଜଣ ଥିଲେ । ତୁରନ୍ତ ସମସ୍ତେ ଦୌଡାଦୌଡି କରିବାକୁ ଲାଗିଲେ । ଘଟଣା ପରେ ଥାନାରେ ପେଟ୍ରୋଲପମ୍ପ ତରଫରୁ ଅଭିଯୋଗ କରାଯିବା ପରେ ପୁଲିସ ଏନେଇ ସିସିଟିଭି ଆଧାରରେ ଖୋଳତାଡ କରୁଛି ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories