www.samajalive.in
Wednesday, December 10, 2025
26.1 C
Bhubaneswar

ହିନ୍ଦୁ ଦେବାଦେବୀଙ୍କ ଫଟୋଚିତ୍ର ଥିବା ବାଣ ବିକ୍ରି ନିଷେଧ ପାଇଁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ:  ହିନ୍ଦୁ ଦେବାଦେବୀଙ୍କ ପ୍ରତି ହେଉଥିବା ଅସମ୍ମାନକୁ ରୋକିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ଅତାବିରା ପ୍ରଖଣ୍ଡ ପକ୍ଷରୁ ଉଦ୍ୟମ କରାଯାଇଛି। ବିଶେଷକରି ହିନ୍ଦୁ ଦେବାଦେବୀଙ୍କ ଫଟୋଚିତ୍ର ଥିବା ବାଣ ବିକ୍ରିକୁ ନିଷେଧ କରିବା ଲାଗି ପରିଷଦ ପକ୍ଷରୁ ଅତାବିରା ପ୍ରଖଣ୍ଡ ସଭାପତି ମନୀଷ ଶର୍ମାଙ୍କ ନେତୃତ୍ୱରେ ଅତାବିରା ଥାନାରେ ରବିବାର ଏକ ଦାବିପତ୍ର ପ୍ରଦାନ  କରାଯାଇଛି।

ଦାବିପତ୍ରରେ କୁହାଯାଇଛି ଯେ, ବାଣ ପ୍ୟାକେଟରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଫଟୋଚିତ୍ର ଲାଗିବା ତଥା ଦେବାଦେବୀଙ୍କ ନାମରେ ବାଣ  ବିକ୍ରି କରାଯିବା ହିନ୍ଦୁ ଧର୍ମ ପ୍ରତି କୁଠାରାଘାତ ସହିତ ଭାରତୀୟ ସମ୍ବିଧାନର ଧାରା ୨୯୫-ଏକୁ ଖୋଲାଖୋଲି ଉଲ୍ଲଂଘନ କରୁଛି। ଆଗାମୀ ଦୀପାବଳୀରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଫଟୋ ଚିତ୍ର ଥିବା ବାଣ ବିକ୍ରି ଉପରେ ରୋକ ଲଗାଯାଇ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ରରେ ଅନୁରୋଧ କରାଯାଇଛି। ଭାରତୀୟ  ସମ୍ବିଧାନର ଏହି ଧାରା ଅନୁସାରେ ଯେ କେହି ଇଚ୍ଛାପୂର୍ବକ ଓ ବିଦ୍ୱେଷ ମୂଳକ ଭାବେ ଭାରତର କୌଣସି ଶ୍ରେଣୀର ନାଗରିକଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଲିଖିତ ଆକାରରେ, ଭାଷଣ ବା ବଚନ ଦ୍ୱାରା କିମ୍ବା ଚିତ୍ରାଦିଦ୍ୱାରା ଅପମାନ କରନ୍ତି ବା ଅପମାନ ଦେବାର ଚେଷ୍ଟା କରନ୍ତି ତାଙ୍କ ପ୍ରତି ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ଦାବିପତ୍ର ପ୍ରଦାନ ସମୟରେ ଅଶ୍ଵିନୀ ମେହେର, ଅଜୟ କୁମାର ମହାପାତ୍ର, ଛନ୍ଦା ଚରଣ ମେହେର, ମାନସ ରଞ୍ଜନ ସାହୁ, ବିଶ୍ୱଜିତ୍ ଭୋଇ, ଭକ୍ତ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories