www.samajalive.in
Friday, December 12, 2025
27.1 C
Bhubaneswar

ସାପ ବିପଦରୁ ରକ୍ଷା ପାଇଲା ପରିବାର, ୩ ନାଗ ସାପ ଉଦ୍ଧାର 

ଆଠଗଡ : ଘର ଭିତରେ ତିନୋଟି ନାଗ ସାପ ଦେଖି ଭୟରେ ତଟସ୍ଥ ପରିବାର। ସାପ ଭୟରେ ୪ ଦିନ ୪ ରାତି ଘର ବାହାରେ ରହିଥିଲେ ଏବଂ ସାପ ତିନୋଟିଯାକ ଉଦ୍ଧାର ହେବା ପରେ ଆଶ୍ବସ୍ତ ହୋଇ ନିଜ ଘରକୁ ଫେରିଥିଲା ପରିବାର। ଏଇଭଳି ଏକ ଅଭାବନୀୟ ଘଟଣା ଘଟିଛି ଚୌଦ୍ଵାର ଥାନା ଅନ୍ତର୍ଗତ ଡାଳିଯୋଡା ଅଞ୍ଚଳର ଆମ୍ବିଳିଝରି ଗ୍ରାମରେ। ସେହି ଗ୍ରାମର ତ୍ରିନାଥ ସାହୁଙ୍କ ଘରେ ଗତ ଶୁକ୍ରବାର ଅପରାହ୍ନରେ ତିନିଟି ନାଗ ସାପ ବୁଲୁଥିବା ପରିବାର ଲୋକ ଦେଖିଥିଲେ। ଭୟରେ ପରିବାର ସଦସ୍ୟ ପିଲାଛୁଆ ଧରି ବାହାରି ଆସି ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ଗ୍ରାମର କେହି ସାପ ଧରିବାକୁ ସାହାସ କରି ପାରିନଥିଲେ । ପରଦିନ ଆଖପାଖ ଅଞ୍ଚଳର ସାପ ଧରାଳିଙ୍କ ସହାୟତା ନିଆଯାଇଥିଲେ ମଧ୍ଯ କେହି ସାପ ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲେ।
ଶେଷରେ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ପରିବାର ଲୋକ ଆଠଗଡର ଅଭିଜ୍ଞ ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନ ସଦସ୍ଯ ସୁଶାନ୍ତ କୁମାର ପାତ୍ରଙ୍କ ସହାୟତା ଲୋଡିଥିଲେ। ମଙ୍ଗଳବାର ସୁଶାନ୍ତ ଉକ୍ତ ଗ୍ରାମକୁ ଯାଇ ସଂପୃକ୍ତ ଘରେ ଭିନ୍ନ ଭିନ୍ନ ସ୍ଥାନରେ ଲୁଚି ରହିଥିବା ୨ଟି ୪ ଫୁଟ ଲମ୍ବ ଓ ଗୋଟିଏ ୩ ଫୁଟ ଲମ୍ବର ନାଗ ସାପକୁ ଅକ୍ଳାନ୍ତ ପରିଶ୍ରମ କରି ସୁରକ୍ଷିତ ଉଦ୍ଧାର କରିଥିଲେ। ପରେ ସାପ ତିନୋଟିକୁ ନିକଟସ୍ଥ ଡମଡମଣୀ ଜଙ୍ଗଲରେ ଛାଡି ଦେଇଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories