www.samajalive.in
Friday, December 12, 2025
23.1 C
Bhubaneswar

ଯାତ୍ରୀବାହୀ ରେଳ ଆଗକୁ  ଡେଇଁ ପଡି ଯୁବକଙ୍କ ମୃତ୍ୟୁ,  କାରଣ ଅସ୍ପଷ୍ଟ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଦେଇ ଯାଇଥିବା ରେଳପଥ ରେ ସକାଳ ପ୍ରାୟ ୧୧ ଟାରେ ବିଲାସପୁର_ ଟିଟିଲାଗଡ଼ ଯାତ୍ରୀବାହୀ  ରେଳ  ସମ୍ମୁଖକୁ ହଠାତ୍ ଜଣେ ଯୁବକ ଡେଇଁପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି  ରେଳ ଚାଲକ ( ଲୋକୋ ପାଇଲଟ) ଜଣକ ଅତାବିରା   ରେଳ ଷ୍ଟେସନ ରେ ଘଟଣା ବିଷୟରେ ଜଣାଇଥିଲେ ।
ଅତାବିରା ଷ୍ଟେସନ  ମାଷ୍ଟର ସମ୍ବଲପୁର ରେଳୱେ ପୁଲିସକୁ ଏହି ଖବର ଦେବା ପରେ ସମ୍ବଲପୁର ରେଲୱେ ପୁଲିସର   ଏଏସଆଇ କଲ୍ୟାଣୀ  ସେଟ୍, ଗୋଡ଼ଭଗା ଫାଣ୍ଡି ଅଧିକାରୀ ଅନିମା ଏକା, ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଏହି ଘଟଣା ର ତଦନ୍ତ ସମୟରେ ମୃତ ଯୁବକଙ୍କ  ନିଜ ଭାଇ ସଂପର୍କୀୟ ଜଣେ ପହଞ୍ଚିଥିଲେ ।  ବୁର୍ଲା ଡ଼ାକ୍ତରଖାନାକୁକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ  ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଯୁବକ ଜଣକ ଅତାବିରା ଥାନା ଅନ୍ତର୍ଗତ  ହଳଦୀ ଟିକ୍ରାର ଧନେଶ୍ଵର କୁମ୍ଭାର (୩୫) ବୋଲି ଜଣା ପଡିଛି । ହେଲେ କେଉଁ କାରଣରୁ ସେ ଚଳନ୍ତ ଯାତ୍ରୀବାହି ଟ୍ରେନ ସମ୍ମୁଖକୁ ଡେଇଁ ପଡ଼ିଲେତାହା ସ୍ପଷ୍ଟ ଜଣା ପଡ଼ି ନାହିଁ । ଅତାବିରା ପୁଲିସ ଓ ସମ୍ବଲପୁର ରେଲୱେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories