www.samajalive.in
Friday, December 12, 2025
26.1 C
Bhubaneswar

ଖସୁଛି ଚୀନ୍‌ର ଅର୍ଥନୀତି- ରାଷ୍ଟ୍ରପତି ଜିନପିଙ୍ଗ୍‌ କହିଲେ ଏପରି

ନୂଆଦିଲ୍ଲୀ- ଚୀନ୍‌ର ଅର୍ଥନୀତି ଏବେ ନିମ୍ନଗାମୀ । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଏହା ଗତି କରୁଛି । ଦେଶର ବଡ ଉଦ୍ୟୌଗପତିମାନେ ଏବେ ବିଦେଶ ମୁହାଁ । କେତକ ଉଦ୍ୟୋଗପତି ଏବେ ବିଦେଶ ପଳାୟନ କରିଥିବା ଖବର ବି ଆସୁଛି । ଚୀନ୍‌ର ରାଷ୍ଟ୍ରପତି ଜିନପିଙ୍ଗ୍‌ ଏହି କଥା ସ୍ୱୀକାର କରିଛନ୍ତି । ଏବେ ଦେଶରେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିବା କଥା କହିଛନ୍ତି । କୋଭିଡ୍‌ ପରେ ଚୀନ୍‌ର ଅର୍ଥନୀତି ଖସିବାରେ ଲାଗିଥିଲା, ବିଭିନ୍ନ ଦେଶ ଏହାର ଜନିଷ ଉପରେ କଟକଣା ଲଗାଇଥିଲେ ।

ଏବେ ଚୀନ୍‌ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି । ତେବେ ଇଂରାଜୀ ନବ ବର୍ଷର ଭାଷଣରେ  ରାଷ୍ଟ୍ରପତି ଜିନପିଙ୍ଗ ଏବେ ଅର୍ଥନୀତି ଖରାପ ସ୍ଥିତି ଦେଇ ଗତି କରୁଥିବା କଥା ପ୍ରଥମ ଥର ପାଇଁ ପ୍ରକାଶ କରିଛନ୍ତି । ଏବେ ଚୀନ୍‌ରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସି’    ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

- Advertisement -

ଚୀନ୍‌ରେ ବିଶ୍ୱର ସବୁଠାରୁ  ଶସ୍ତା ଜିନିଷ ପ୍ରସ୍ତୁତ କରାଯାଏ । ଏବେ ଏହି ସବୁ ଉଦ୍ୟୋଗର ଅବସ୍ଥା ଖରାପ । ଚୀନ୍‌ର ସରକାରଙ୍କ ଉପରେ ଏ ନେଇ ଚାପ ବୃଦ୍ଧି ପାଉଥିବା କୁହାଯାଉଛି । ଏବେ ଏହା ରାଷ୍ଟ୍ରପତି ଜିନପିଙ୍ଗ ପାଇଁ ବଡ ଆହ୍ୱାନ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories