www.samajalive.in
Saturday, December 6, 2025
14.1 C
Bhubaneswar

ଆଠଗଡରେ ଅବକାରୀ ଚଢାଉ: ୨ହଜାର ଲିଟର ପୋଚ ଜବତ, ୧ ଗିରଫ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ସଠିଲୋ ପଞ୍ଚାୟତର ତାଳବସ୍ତ ଗ୍ରାମରେ ବୁଧବାର ଅପରାହ୍ନରେ ଅବକାରୀ ଓ ପୁଲିସର ମିଳିତ ଚଢାଉରେ ୨୦୦୦ଲିଟର ଗୁଡପୋଚ ଜବତ ସହିତ ଜଣେ ଗିରଫ ହୋଇଥିବା ଜଣାପଡିଛି। କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଆଠଗଡ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡା, ଜିଲ୍ଲା ୨ନଂ ଭ୍ରାମ୍ୟମାଣ ଅବକାରୀ ସ୍କାର୍ଡ ନିରୀକ୍ଷକ ସଂଜିତ ବାର୍ଲାଙ୍କ ସମେତ ବହୁ ଅବକାରୀ ଓ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ତାଳବସ୍ତ ଗ୍ରାମ ନିକଟବର୍ତ୍ତୀ ନାଳକଡରେ ଥିବା ୪ଟି ମଦଭାଟିକୁ ଏହି ସ୍କାର୍ଡ ଭାଙ୍ଗିଦେବା ସହ ବୁଦାଜଙ୍ଗଲ ଓ ଅନ୍ୟସ୍ଥାନରେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ମଦପ୍ରସ୍ତୁତି ପାଇଁ ଗଚ୍ଛିତ ଥିବା ଗୁଡପୋଚ ଜବତ କରାଯାଇଥିଲା।

ମଦରନ୍ଧା ପାଇଁ ବ୍ୟବହୃତ ବଡବଡ ଡେକ୍‍ଚି ଆଦି ଜବତ କରାଯାଇଥିବାବେଳେ ଏହି ମିଳିତ ସ୍କାର୍ଡକୁ ଦେଖି ମଦପ୍ରସ୍ତୁତିରେ ନିୟୋଜିତ ମଦମାଫିଆ ଫେରାର ହୋଇଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଦେବେନ୍ଦ୍ର ଗଣ୍ଠିଆ ନାମକ ଜଣେ ଅଭିଯୁକ୍ତଙ୍କୁ ସ୍କାର୍ଡର ଅଧିକାରୀ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଆଠଗଡ ଅଞ୍ଚଳରେ ବିଶେଷକରି କୋରଙ୍ଗା, ତାଳବସ୍ତ, ଡାଳୁଆ ଓ ଭିରୁଡା ଗ୍ରାମରେ ଚୋରା ଦେଶୀମଦ ପ୍ରସ୍ତୁତି ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବାବେଳେ ଅବକାରୀ ବିଭାଗ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ବହୁ ଉଦ୍ୟମ କରୁଛନ୍ତି। ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ଏସଆଇ ବେଣୁଧର ସାମଲ, ମାଗୁଣି ଚରଣ ମାଝି, ଆଠଗଡ ଏସଆଇ ବିଜୟ କୁମାର ଭଞ୍ଜ ଓ ଅବକାରୀ ଗୁଇନ୍ଦା ଏସଆଇ ସୌମ୍ୟରଞ୍ଜନ ସିଂହ ପ୍ରମୁଖଙ୍କ ସମେତ ଅନ୍ୟମାନେ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories