ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ସୃଷ୍ଟି

ଆଠଗଡ: ଧାଇପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପକ୍ଷରୁ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ବିଭିନ୍ନ ସମସ୍ୟାର କାରଣ ହୋଇଥିବାରୁ ଏହାର ନିୟନ୍ତ୍ରଣ ପାଇଁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି ବୋଲି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ପ୍ରକାଶ କରିଥିଲେ।

prayash

ଚଳିତବର୍ଷ ଓଡିଶାରେ ଜନସଂଖ୍ୟା ପକ୍ଷ ଦ୍ବିତୀୟ ପର୍ଯ୍ୟାୟରେ ପାଳନ କରାଯାଉଛି। ପ୍ରଥମ ପକ୍ଷ ଜୁନ ୨୭ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ପାଳନ କରାଯାଉଥିବାବେଳେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି। ସେହିପରି ୨ୟ ପକ୍ଷଟି ଜୁଲାଇ ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବାବେଳେ ଏହି ସମୟ ମଧ୍ୟରେ ଆଶା ଓ ସ୍ୱାସ୍ଥକର୍ମୀମାନେ ଘରକୁ ଘର ବୁଲି ପରିବାର କଲ୍ୟାଣ ବା ନିୟୋଜନ ସଂପର୍କିତ ପ୍ରଚାର ପତ୍ର ବଣ୍ଟନ ସହିତ ଏ ଦିଗରେ ଦମ୍ପତିମାନଙ୍କୁ ସଚେତନ କରାଇବେ। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଏକ ସୁସ୍ଥ ପରିବାର ପାଇଁ ସନ୍ତାନ ଜନ୍ମର ବ୍ୟବଧାନ ୩ବର୍ଷ ରଖିବା, ସ୍ଥାୟୀ ପଦ୍ଧତିରେ ଅସ୍ତ୍ରୋପଚାର ଏବଂ ଅସ୍ଥାୟୀ ପଦ୍ଧତିରେ କଣ୍ଡୋମ, ଗର୍ଭନିରୋଧକ ବଟିକା, ଅନ୍ତରା, ଆଇୟୁସିଡି ଓ ଅନ୍ୟାନ୍ୟ ସେବା ଜରିଆର କିପରି ଜନ୍ମ ନିୟନ୍ତ୍ରଣ କରିବେ ସେ ଦିଗରେ ଜନସଚେତନତା ସୃଷ୍ଟି କରାଯାଇଥିଲା।

ଜନ୍ମିତ ଶିଶୁ କିପରି ସ୍ୱାସ୍ଥ୍ୟବାନ ହେବ ସେ ବିଷୟରେ ମଧ୍ୟ ଶ୍ରୀ ଅସଲମ ବିସ୍ତୃତ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ଗାଁ କଲ୍ୟାଣ ସମିତିର ଆବାହିକା ଶୁଭଶ୍ରୀ ସାହୁ, ଆଶାକର୍ମୀ କୁନିଲତା ସାହୁ ଓ ସହାୟିକା ଶାନ୍ତିଲତା ସାହାଣୀଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

kalyan agarbati

Comments are closed.