www.samajalive.in
Saturday, December 13, 2025
18.1 C
Bhubaneswar

ଏଥର ବି କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ, ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଆଠଗଡ: କରୋନା ମହାମାରୀର ତୃତୀୟ ଲହର ଭୟାବହତା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହେବ ଆଠଗଡ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ। ଶୁକ୍ରବାର ଉପଜିଲ୍ଲାପାଳଙ୍କ ସଭାଗୃହରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଚଳିତ ବର୍ଷ ବିନା ପ୍ୟାରେଡରେ ଅଳ୍ପ ସଂଖ୍ୟକ ପୁଲିସ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ନିରାଡମ୍ବର ଭାବେ କେବଳ ଔପଚାରିକତା ରକ୍ଷା କରି ଗଣତନ୍ତ୍ର ଦିବସ ପାଳିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କୌଣସି ଶିକ୍ଷାନୁଷ୍ଠାନର ପ୍ୟାରେଡ ଦଳ ଭାଗନେବେ ନାହିଁ ଏବଂ କେବଳ ପୁଲିସ ବାହିନୀ ଜାତୀୟ ପତାକାକୁ ଅଭିବାଦନ ଜଣାଇବେ। ଗଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ୪.୩୦ମିନିଟରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ସହରରେ ପ୍ରଚାର କରାଯିବ, ସକାଳ ୭.୩୦ମିନିଟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଘରୋଇ କୋଠାବାଡିରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟମାନେ ସେମାନଙ୍କ କାର୍ଯ୍ୟାଳୟରେ ନିଶ୍ଚିତ ଭାବେ ଉପସ୍ଥିତ ରହି ସେଦିନ ଧାର୍ଯ୍ୟ ସମୟରେ ପତାକା ଉତ୍ତୋଳନ କରିବା ଲାଗି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସଫା କରିବା ଏବଂ ଆବଶ୍ୟକ ସ୍ଥଳେ ରଙ୍ଗ କରିବା ଲାଗି ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଣତନ୍ତ୍ର ଦିବସ ଅବସରରେ କରୋନା ରୋଗୀଙ୍କ ସେବାରେ ନିୟୋଜିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଏଥି ସହିତ ଉପଖଣ୍ଡର ଜଣେ ଶ୍ରେଷ୍ଠ ପୁଲିସ ଅଧିକାରୀଙ୍କୁ ଧରଣୀଧର ମହାନ୍ତି ସ୍ମୃତି ସମ୍ମାନ, ଗ୍ରାଜୁଏଟ୍ସ କ୍ଲବ ପକ୍ଷରୁ ଗତ ମାଟ୍ରିକ ପରୀକ୍ଷାରେ ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲରେ ସର୍ବୋଚ୍ଚ ନମ୍ବର ରଖି ପାସ୍‍ କରିଥିବା ୨ଜଣ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ମୀପ୍ରିୟା-ଜନାର୍ଦ୍ଦନ ସ୍ମୃତି ପୁରସ୍କାର ଏବଂ ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡାଙ୍କ ମଧ୍ୟ ସମ୍ବର୍ଦ୍ଧିତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ତହସିଲଦାର ପ୍ରିୟବ୍ରତ ଦାସ, ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟି, ଗଣମାଧ୍ୟମ ପ୍ରତିନିଧି ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଆଠଗଡର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories