www.samajalive.in
Saturday, December 6, 2025
14.1 C
Bhubaneswar

ନିଆରା କର୍ତ୍ତବ୍ୟ ପରାୟଣତା, ନିଜେ ପାଇଖାନା ସଫାକଲେ କୋଭିଡ ନୋଡାଲ ଅଫିସର

ଆଠଗଡ : ଆଠଗଡ ବ୍ଲକର କୋଭିଡ ନୋଡାଲ ଅଫିସର ନିଜେ ଏକ ଅସ୍ଥାୟୀ ଏକ କ୍ଲଷ୍ଟର ସ୍ୱାସ୍ଥ୍ୟ ଶିବିରର ପାଇଖାନା ସଫାକରି ନିଆରା କର୍ତ୍ତବ୍ୟ ପରାୟଣତାର ଉଦାହରଣ ସୃଷ୍ଟି କରିଛନ୍ତି। ଆଠଗଡ ବ୍ଲକର ମହାକାଳବସ୍ତ ପଞ୍ଚାୟତ ଅନ୍ତର୍ଗତ ଦହିସରାସ୍ଥିତ ଅସ୍ଥାୟୀ କ୍ଲଷ୍ଟର ସ୍ୱାସ୍ଥ୍ୟ ଶିବିରରେ ପରିଣତ କରାଯାଇଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ପୂର୍ବରୁ ବହୁସଂଖ୍ୟାରେ ପ୍ରବାସୀ ୧୪ଦିନ ଲେଖାଏଁ ରହି ଫେରିବା ପରେ ଉକ୍ତ ଟିଏମସିର ୪ଟି ପାଇଖାନା ଏବଂ ଶଯ୍ୟା ପଡିଥିବା କକ୍ଷ ସଫେଇ କରାଯାଇନଥିଲା। ଶୁକ୍ରବାର ବେଣ୍ଟପଦା ଗ୍ରାମର ଜଣେ ବ୍ୟକ୍ତି ହାଇଦ୍ରାବାଦରୁ ଆସିବା ପରେ ସେଠାରେ ତାଙ୍କୁ ୧୪ଦିନ ସଙ୍ଗରୋଧରେ ରହିବା ପାଇଁ ବ୍ଲକ ପକ୍ଷରୁ କୁହାଯାଇଥିଲା। ତେବେ ସଂପୃକ୍ତ ପ୍ରବାସୀ ସେଠାରେ ପାଇଖାନା ଓ ରହିବା ଘର ସଫେଇ ହୋଇନଥିବା ଏବଂ ଅତ୍ୟନ୍ତ ଦୂଷିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଠଗଡ ବ୍ଲକର କୋଭିଡ ନୋଡାଲ ଅଫିସର ଗଗନ ବିହାରୀ ଷଡଙ୍ଗୀ ସେଠାରେ ପହଞ୍ଚି ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ଅନେକ ଲୋକଙ୍କୁ ଜଣେ ସଫେଇ କର୍ମଚାରୀ ଯୋଗାଇବା ଲାଗି ବହୁ ଅନୁରୋଧ କରିଥିଲେ ମଧ୍ୟ ଜଣେ ବି କେହି ଅଧିକ ପାରିଶ୍ରମିକ ଯଚାଯିବା ସତ୍ୱେ ଉକ୍ତ ଟିଏମସିର ପାଇଖାନା ଆଦି ସଫେଇ କରିବା ପାଇଁ ଆସିନଥିଲେ। ଫଳରେ କୌଣସି ଉପାୟ ନପାଇ ନିଜେ ଜଣେ ବ୍ରାହ୍ମଣ ଜାତିର ବ୍ୟକ୍ତି ହୋଇମଧ୍ୟ ସେଥିପ୍ରତି ଭୂକ୍ଷେପ ନକରି କୋଭିଡ ନୋଡାଲ ଅଫିସର ଗଗନ ବିହାରୀ ଷଡଙ୍ଗୀ ନିଜେ ପିପିଇ କିଟ୍‍ ପରିଧାନ କରି ଫିନାଇଲ ଓ ସାନିଟାଇଜର ବ୍ୟବହାର କରି ୪ଟି ପାଇଖାନା ଏବଂ ଶୋଇବା କକ୍ଷକୁ ସଫେଇ କରିଥିଲେ। ଏହା ଅନ୍ୟ ମାନଙ୍କ ପାଇଁ କର୍ତ୍ତବ୍ୟ ପରାୟଣତାର ଏକ ନିଆରା ଓ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି। ଏପରିକି ଏହି ସମୟରେ ଉଠାଯାଇଥିବା ଫଟୋ କୌଣସି ଖବର କାଗଜରେ ନଦେବା ପାଇଁ ଶ୍ରୀ ଷଡଙ୍ଗୀ ଅନୁରୋଧ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories