www.samajalive.in
Sunday, December 14, 2025
23.1 C
Bhubaneswar

ଧାଉରଙ୍ଗ ସେତୁ ଉପରେ ଦେଢଫୁଟ ପାଣି, ଆଠଗଡ-ଧବଳେଶ୍ୱର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା

ଆଠଗଡ/ଗୁରୁଡିଝାଟିଆ: ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ ଓ ମାଧବପୁର ମଧ୍ୟବର୍ତ୍ତୀ ଦହିସରା ନିକଟରେ ଧାଉରଙ୍ଗ ପୋଲ ଏବଂ ଉଭୟପାର୍ଶର ରାସ୍ତା ଉପରେ ଦେଢଫୁଟ ବର୍ଷାଜଳ ପ୍ରବାହିତ ହେଉଥିବା ଜଣାପଡିଛି। ଦୁଇଦିନ ତୁହାକୁ ତୁହା ପ୍ରବଳ ବର୍ଷା ଯୋଗୁଁ କଣ୍ଟିଆ ଓ ଅନ୍ୟ ନାଳରେ ଆସିଥିବା ଉଦ୍ଭୁତ ବର୍ଷାଜଳ ଧାଉରଙ୍ଗ ପୋଲ ଓ ଉଭୟପାର୍ଶ୍ବ ରାସ୍ତାରେ ବଢୁଥିବାରୁ ସେହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି। ନୂଆପାଟଣାଠାରେ ମଧୁସୁଦନ ସେତୁ କାର୍ଯ୍ୟକ୍ଷମ ହେବା ଦିନଠାରୁ ସେହି ରାସ୍ତାରେ ପ୍ରତ୍ୟେହ ଶହ ଶହ ଯାନବାହାନ କଟକ ଓ ଭୁବନେଶ୍ୱର ଆଦି ଅଞ୍ଚଳକୁ ଜାତାୟତ କରିଥାନ୍ତି କିନ୍ତୁ ଦହିସରା ନିକଟରେ ଧାଉରଙ୍ଗ ପୋଲର ଉଭୟ ପାର୍ଶ୍ବ ପ୍ରାୟ ୧କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାଟି ନିଚା ହୋଇ ରହିଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏକାଧିକ ଦିନ ଉକ୍ତରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥାଏ। ଏପରିକି ଗୁରୁତର ରୋଗୀ ଏବଂ କରୋନା ଆକ୍ରାନ୍ତଙ୍କୁ ମାଧବପୁରସ୍ଥିତ ଜିମସାର ଡାକ୍ତରଖାନାକୁ ନେବାକୁ ହେଲେ ପ୍ରାୟ ୨୦କିମି ଅଧିକ ରାସ୍ତା ବୁଲିକରି ଯିବାକୁ ପଡିଥାଏ। ଉକ୍ତ ରାସ୍ତାର ଗୁରୁତ୍ୱକୁ ଉପଲବ୍ଧି କରି ସେଠାରେ ରାସ୍ତା ଓ ଧାଉରଙ୍ଗ ପୋଲକୁ ଉଚ୍ଚା କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories