www.samajalive.in
Wednesday, December 10, 2025
23.1 C
Bhubaneswar

ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ଆଠଗଡ ଗସ୍ତ, ଅନୁଧ୍ୟାନ କଲେ ମରୁଡି ଅଞ୍ଚଳ

ଆଠଗଡ: ସାରା ରାଜ୍ୟରେ ବର୍ଷା ଅଭାବ ଜନିତ ମରୁଡି ପରିସ୍ଥିତିର ପଦଧ୍ୱନି ଦେଖା ଦେଇଥିବାବେଳେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଠଗଡ ଗସ୍ତକରି କେତେକ ଗ୍ରାମାଞ୍ଚଳରେ ମରୁଡି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରାଜ୍ୟରେ ସ୍ୱଳ୍ପବର୍ଷା ଯୋଗୁଁ ଚାଷୀ କ୍ଷେତରେ ପାଣି ପାଉନାହିଁ। ବିଲମୁଣ୍ଡରେ ଚାଷୀ ଧାନ ତଳି ରଖି ଓ କେତେକ କ୍ଷେତ୍ରରେ ଧାନତଳି ରୋଇବା ପରେ ବର୍ଷା ଜଳ ପାଇଁ ଚାତକ ପରି ଆକାଶକୁ ଚାହିଁ ବସିଛି। ତେବେ ସରକାର ଉଠା ଜଳସେଚନ ପ୍ରକଳ୍ପ ଲାଗି କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଥିବାବେଳେ ଚାଷଜମିକୁ ମୁନ୍ଦାଏ ପାଣି ମିଳିପାରୁନାହିଁ ବୋଲି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଉଠା ଜଳସେଚନ ସଂପୂର୍ଣ୍ଣ ଫେଲ ମାରିଛି ବୋଲି ମତବ୍ୟକ୍ତ କରିଥିଲେ।

ଆଠଗଡରେ ମଧ୍ୟ ମରୁଡି ପରିସ୍ଥିତି ଏବେ ଭୟାଭୟ ହୋଇଥିବା ଶ୍ରୀ ପୁରୋହିତ ବିଭିନ୍ନ ଗ୍ରାମାଞ୍ଚଳର ସ୍ଥିତି ଦେଖି ମତପ୍ରକାଶ କରିଥିଲେ। ଶ୍ରୀ ପୁରୋହିତ ଦୋରଡ ପଞ୍ଚାୟତର ଚୁନୁପଦା, ଇଶ୍ୱରା ଆଦି ଗ୍ରାମକୁ ଗସ୍ତକରି ଚାଷଜମି ଗୁଡିକର ସ୍ଥିତି ଅନୁଧ୍ୟାନ କରି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଏହି ପଞ୍ଚାୟତରେ ୭ଟି ଉଠାସେଚ ପଏଣ୍ଟ ମଧ୍ୟରୁ ୫ଟି ଅଚଳ ହୋଇ ପଡିଥିବାରୁ ଚାଷୀ ଚାଷଜମିକୁ ପାଣି ମୁନ୍ଦାଏ ପାଇପାରୁନାହିଁ। ଏଠାରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବାବେଳେ ଚାଷୀ ବର୍ଷାପାଣିକୁ ଚାତକ ଭଳି ଚାହିଁ ଥିବାରୁ ରାଜ୍ୟର ଅନ୍ୟ ଅଞ୍ଚଳର ଅବସ୍ଥା କଣ ହୋଇଥିବ ତାହା ସହଜେ ଅନୁମେୟ ବୋଲି ସର୍ବ ଭାରତୀୟ କୃଷକ ମୋର୍ଚ୍ଚାର ପୂର୍ବତନ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ ଉପସଭାପତି ହୃଷିକେଶ ପ୍ରଧାନ ପ୍ରମୁଖ କ୍ଷୋଭ ପ୍ରକାଶ କରି କହିଥିଲେ। ଏତଦ୍‍ ବ୍ୟତୀତ ଆଠଗଡରେ ହୋଇଥିବା କୃଷିଋଣ ମହାଦୁର୍ନୀତି ସଂପର୍କରେ ଶ୍ରୀ ପୁରୋହିତ ବିଧାନସଭାରେ ପ୍ରଶ୍ନ କରାଯିବ ବୋଲି କହିଥିଲେ। ଆଠଗଡର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, କଟକ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଂକର୍ଷଣ ମହାନ୍ତି, କଟକ ଜିଲ୍ଲା ବିଜେପି ସାଧାରଣ ସଂପାଦକ ରାମନାରାୟଣ ମହାନ୍ତିଙ୍କ ସମେତ ବହୁ ଦଳିୟ ନେତା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ ଓ ଅନ୍ୟମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସହ ଦୋରଡ ପଞ୍ଚାୟତ ଗସ୍ତ କରିଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories