www.samajalive.in
Saturday, December 6, 2025
16.1 C
Bhubaneswar

ସର୍ପେଶ୍ୱର ପୋଲ ଉପରେ ବନ୍ୟାଜଳ, ଯାତାୟତ ବାଧାପ୍ରାପ୍ତ

ଆଠଗଡ: ମହାନଦୀରେ ବନ୍ୟାଜଳ ହୁ ହୁ ହୋଇ ବଢୁଥିବାବେଳେ ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ସର୍ପେଶ୍ୱର ମନ୍ଦିର ନିକଟସ୍ଥ ସାପୁଆ ପୋଲ ଉପରେ ଶନିବାର ସନ୍ଧ୍ୟା ସୁଦ୍ଧା ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ହୀରାକୁଦ ବନ୍ଧର ୪୬ଟି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ସନ୍ଧ୍ୟା ୭ଟା ସୁଦ୍ଧା ମୁଣ୍ଡଳିଠାରେ ୯.୪୮ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି। ମୁଣ୍ଡଳିଠାରେ ରବିବାର ସକାଳ ସୁଦ୍ଧା ୧୦.୦୦ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହିତ ହେଉଥିବାବେଳେ ଆସନ୍ତାକାଲି ସକାଳସୁଦ୍ଧା ୧୧ଲକ୍ଷ ହେବାର ଆଶଙ୍କା କରାଯାଉଛି। ବନ୍ୟାଜଳ ସର୍ପେଶ୍ୱର ଠାରେ ସାପୁଆନଦୀ ବାଟେ ପ୍ରବେଶ କରିବା ଫଳରେ ଆଠଗଡ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଯାଇଛି। ସର୍ପେଶ୍ୱର ନିକଟସ୍ଥ ସାପୁଆ ପୋଲ ଉପରେ ବନ୍ୟାଜଳ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମୁଣ୍ଡଳି-କଖଡି ରାସ୍ତାରେ ଗାଡିମଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୧ଲକ୍ଷ କ୍ୟୁସେକ ବନ୍ୟାଜଳ ମୁଣ୍ଡଳି ବ୍ୟାରେଜ ଦେଇ ପ୍ରବାହିତ ହେଲେ ସର୍ପେଶ୍ୱର ମହାଦେବ ମନ୍ଦିର ସମେତ ତଳିଆ ଅଞ୍ଚଳରେ ଥିବା ଗ୍ରାମ ମଧ୍ୟରେ ବନ୍ୟାଜଳ ପଶିବାର ଆଶଙ୍କା ରହିଛି। ତେଣୁ ଆଠଗଡ ପ୍ରଶାସନ ପକ୍ଷରୁ ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଓ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଥିବା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି। ଶନିବାର କଟକ ଜିଲ୍ଲାପାଳ ମୁଣ୍ଡଳି ଆସି ସେଠାରେ ବ୍ୟାରେଜରେ ବନ୍ୟାଜଳର ସ୍ଥିତି ଏବଂ ବନ୍ୟାଜଳ ଦ୍ୱାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ଅଞ୍ଚଳ ସଂପର୍କରେ ସମୀକ୍ଷା କରିବା ସହ ଉପଜିଲ୍ଲାପାଳ ଓ ତହସିଲଦାର ତପନ କୁମାର ଖୁଣ୍ଟିଆ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories