ମରଣାନ୍ତକ ଆକ୍ରମଣକାରୀକୁ ୫ବର୍ଷ କାରାଦଣ୍ଡ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଥାନା ଅଧିନ ସାଉରିଆ ଗ୍ରାମରେ ଗତ ୨୦୧୬ ମସିହା ମାର୍ଚ୍ଚ ୩ତାରିଖରେ ଜମିଜମା ବିବାଦକୁ ନେଇ ଏକ ମରଣାନ୍ତକ ଆକ୍ରମଣ ଘଟଣାର ବିଚାର କରି ଆକ୍ରମଣକାରୀକୁ ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‍ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଘଟଣା ଘଟିବା ଦିନ ସାଉରିଆ ଗ୍ରାମର ଦୈତାରୀ ଜେନା ନିଜ ଘର ପାଖରେ ଥିବା ଜମିରେ ଚାଷ କରୁଥିବା ସମୟରେ ତାଙ୍କ ସଂପର୍କୀୟ ଦାଦା ହରେକୃଷ୍ଣ ଜେନା ଉକ୍ତ ଜମିରେ କାହିଁକି ଚାଷ କରୁଛ କରି ପାଟିତୁଣ୍ଡ ଓ ଝଗଡା କରିଥିଲେ । ଏହି ସମୟରେ ହରେକୃଷ୍ଣଙ୍କ ମାଆ କନକ ଜେନା ଚାଲିଆସିବାକୁ ହରେକୃଷ୍ଣ ଏକ ପଥରେ ତାଙ୍କ ମୁଣ୍ଡକୁ ଛେଚି ଆଘାତ କରିଥିଲେ । ପାଟିତୁଣ୍ଡ ଶୁଣି ହରେକୃଷ୍ଣଙ୍କ ପୁଅ ତାପସ ଜେନା ଘରୁ ଦୌଡିଆସି ଏକ ଛୁରୀରେ ଦୈତାରୀକଙ୍କ ପେଟ, ବେକ ଓ କାନ୍ଧରେ ଭୁସି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । କଟକ ବଡ ଡାକ୍ତରଖାନାରେ ୧୬ଦିନ ଚିକିତ୍ସା ପରେ ଦୈତାରୀ ସୁସ୍ଥ ହୋଇ ଫେରିଥିଲେ । ତେବେ ଉକ୍ତ ଘଟଣାର ପରଦିନ ଦୈତାରୀଙ୍କ ମାଆ ଗୁରୁଡିଝାଟିଆ ଥାନାରେ ଏତଲା ଦେବା ପରେ ପୁଲିସ ଉଭୟ ଅଭିଯୁକ୍ତ ହରେକୃଷ୍ଣ ଓ ତାଙ୍କ ପୁଅ ତାପସକୁ ଗିରଫ କରିଥିଲା । ମାମଲାର ବିଚାର କରିବା ବେଳେ ସମସ୍ତ ସାକ୍ଷ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଅଭିଯୁକ୍ତ (ତାପସ)କୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ଶନିବାର ତାଙ୍କ ରାୟ ପ୍ରକାଶ କରିଛନ୍ତି । ତେବେ ଏଡିଜେ ଶ୍ରୀ ସାହୁ ହରେକୃଷ୍ଣଙ୍କର ବାର୍ଦ୍ଧକ୍ୟ ଏବଂ ତଦ୍‍ଜନିତ ଅସୁସ୍ଥତା କାରଣରୁ ବିଚାର ସମୟରେ ଯେତିକି ଦିନ ସେ କାରାଗାରରେ ରହିଛନ୍ତି ସେତିକି ଦିନ ଦଣ୍ଡ ହିସାବରେ ଗ୍ରହଣ କରି ତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଦେବାଶିଷ ସିଠ୍‍ ମାମଲାଟିକୁ ପରିଚାଳନା କରୁଥିଲେ ।

kalyan agarbati

Comments are closed.