www.samajalive.in
Sunday, December 7, 2025
26.1 C
Bhubaneswar

ସିଭିସିଙ୍କୁ ଭେଟିଲେ ବର୍ମା, ଆସ୍ଥାନା

ନୂଆଦିଲ୍ଲୀ : ପରସ୍ପର ବିରୋଧରେ ଦୁର୍ନୀତି ଆରୋପ କରିଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଗୁରୁବାର କେନ୍ଦ୍ରୀୟ ଭିଜିଲାନ୍ସ କମିସନର (ସିଭିସି) କେଭି ଚୌଧୁରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପରିପ୍ରେକ୍ଷୀରେ ସେମାନେ ସିଭିସିଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ନିଜ ନିଜ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାର ତଦନ୍ତ ସମ୍ପର୍କରେ ସେମାନେ ପକ୍ଷ ରଖିଛନ୍ତି। ସୂଚନା ମୁତାବକ ଉଭୟ ଗୁରୁବାର ଅପରାହ୍ଣ ପ୍ରାୟ ୧ଟାରେ ସିଭିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ପ୍ରାୟ ୧ଘଣ୍ଟା ସେମାନେ ସେଠାରେ ରହିଥିଲେ। ସେମାନେ ଚୌଧୁରୀଙ୍କ ସହିତ ଭିଜିଲାନ୍ସ କମିସନର ଶରଦ କୁମାରଙ୍କୁ ମଧ୍ୟ ଭେଟିଥିଲେ। ଆସ୍ଥାନାଙ୍କ ବିରୋଧରେ ବର୍ମା ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ଅକ୍ଟୋବର ୨୬ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏକେ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଦୁର୍ନୀତିର ତଦନ୍ତ ହେଉଛି। ବର୍ମା ଓ ଆସ୍ଥାନା ପରସ୍ପର ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗକୁ ନେଇ କେନ୍ଦ୍ର ସରକାର ଉଭୟ ଅଧିକାରୀଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛୁଟିରେ ପଠାଇଦେଇଛନ୍ତି। ସିବିଆଇର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାଦ୍ୱାରା ଏଜେନ୍ସିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିବା ସହିତ ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡିକ ଉପରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories