www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର : ପଞ୍ଚଦଶ ବିଧାନସଭାର ଶେଷ ତଥା ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ବିଧାନସଭାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ନିର୍ଦେଶକ ସୁନିଲ୍‌ ରଏ, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, ଆଇଜି(ଆଇନଶୃଙ୍ଖଳା) ଅମିତାଭ ଠାକୁର, ଡିସିପି ଅନୁପ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିଛନ୍ତି।

ବିଧାନସଭାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ଲାଗି ୧୦୦ରୁ ଅଧିକ ଅଫିସରଙ୍କୁ ମୁତୟନ କରାଯିବା ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ୫ଟି କ୍ୟୁଆର୍‌ଟି, ୨ଟି ଆତଙ୍କବାଦୀ ନିରୋଧ ଦଳ ମୁତୟନ କରାଯାଇଛି। ଏହା ବ୍ୟତୀତ ବିଧାନସଭା ଭିତର ବାହାରେ ସାଦାପୋଷାକରେ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯିବ।
ସେହିପରି ବିଧାନସଭା ଭିତର ଓ ବାହାରେ ୫୦ରୁ ଅଧିକ ସିସିଟିଭି ଲଗାଯାଇ ଏକ କ​‌େ​‌ଣ୍ଟ୍ରାଲ୍‌ରୁମ୍ ମାଧ୍ୟମରେ ନଜର ରଖାଯିବ। ବଜେଟ୍ ଅଧିବେଶନ ଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଶା କରାଯାଉଛି। ତେଣୁ ବିଧାନସଭା ସାମ୍‌ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋୟର ପିଏମ୍‌ଜିରେ ବିକ୍ଷୋଭକାରୀଙ୍କ ପାଇଁ କେତେକ କଟକଣା କରାଯାଇଛି। ଶୋଭାଯାତ୍ରାକୁ କେବଳ ଲୋୟର ପିଏମ୍‌ଜିରେ ଅନୁମତି ପ୍ରଦାନ କରାଯିବ ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories